ଲକ୍ଡାଉନ୍ ବଢ଼ିଲା, ଓଜେଇଇ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର: ମହାମାରୀ କରୋନା ଭାଇରସର ମୁକାବିଲା କରବା ପାଇଁ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ମେ ୩ ଯାଏ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଘୋଷଣା କରିଛନ୍ତି। ଏଥିସହିତ ରେଳ ଚଳାଚଳ ଓ ବିମାନ ସେବାକୁ ମଧ୍ୟ ମେ ୩ ଯାଏ ସ୍ଥଗିତ ରଖାଯାଇଛି। ଲକ୍ଡାଉନ୍ ଅବଧି ବୃଦ୍ଧିକୁ ଦୃଷ୍ଟିରେ ରଖି ଓଜେଇଇ ବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ମେ ମାସ ପ୍ରଥମ ସପ୍ତାହରେ ଏହି ପରୀକ୍ଷା ହେବାକୁ ଥିବାବେଳେ ପରୀକ୍ଷାକୁ ଘଞ୍ଚାଇ ଦିଆଯାଇଛି।
ତେବେ ପରୀକ୍ଷା କେବେ ହେବ ସେ ନେଇ ସୂଚନା ମିଳିନାହିଁ । ପରବର୍ତ୍ତୀ ସମୟରେ ପରୀକ୍ଷାର୍ଥୀଙ୍କୁ ଏ ବାବଦରେ ପରେ ସୂଚନା ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଓଜେଇଇ କର୍ତୃପକ୍ଷ କହିଛନ୍ତି। ଏଠାରେ ସୂଚନା ଥାଉ କି ଇଂଜିନିୟରିଂ(ବି.ଟେକ,ଏମ.ଟେକ), ବି.ଫାର୍ମା, ଏମ.ଫାର୍ମା, ଏମବିଏ, ଏମସିଏ,ଏମ.ଆର୍କିଟେକଚର, ଇନଟିଗ୍ରେଟେଡ଼ ଏମବିଏ ପାଇଁ ପରୀକ୍ଷା ହୋଇଥାନ୍ତା। ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜ ମାନଙ୍କରେ ସିଟ ପୂରଣ ପାଇଁ ପରୀକ୍ଷା ହେବାକୁ ଥିବାବେଳେ ଲକଡାଉନ ଅବଧିକୁ ନଜରରେ ରଖି ଓଜେଇଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।