Odisha Link
Bridging the Missing Links in Odisha

ଭଦ୍ରକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁରର ୬ ଜଣ

ଭୁବନେଶ୍ବର: ଆଜି ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୫ଜଣ ଭଦ୍ରକ ଜିଲ୍ଲାରୁ ହୋଇଥିବା ବେଳେ ଆଉ ୨ଜଣ ବାଲେଶ୍ବର ଜିଳ୍ଲାର। ଅପରପକ୍ଷେ ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ସଠିପୁର ଅଂଚଳର ୬ ଜଣ ସଂସ୍ପର୍ଶରେ ଆସିଥିବା ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଗତ ୨୯ ତାରିଖରେ କୋଲାକାତାର ବଡବଜାର ଅଞ୍ଚଳରୁ ଏକ କାର ମାଧ୍ୟମରେ ୭ ଜଣ ବ୍ୟକ୍ତି ଓଡ଼ିଶା ଆସିଥିଲେ। ସେଥିମଧ୍ୟରୁ ଭଦ୍ରକର ନେଉଳିଆ ଛକଠାରେ ଜଣେ ବ୍ୟକ୍ତି ଓହ୍ଲାଇଥିବାବେଳେ ୬ ଜଣ ସଠିପୁର ଅଞ୍ଚଳରେ ଓହ୍ଲାଇଥିଲେ। ଭଦ୍ରକର ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେହି ଗାଡିରେ କୋଲକାତାରୁ ଆସିଥିବା ଜଣାପଡିବା ପରେ ସଂପୃକ୍ତ ବ୍ୟକ୍ତି ଅନ୍ୟ ୬ ଜଣ ଯାଜପୁର ଷଠିପୁର ଅଞ୍ଚଳର ବୋଲି ଜିଲ୍ଲାପାଳ କହିଛନ୍ତି। ସଂପୃକ୍ତ ୬ ଜଣ ବ୍ୟକ୍ତିଙ୍କ ସଂପୂର୍ଣ୍ଣ ସୂଚନା ନଥିବାରୁ ଜିଲ୍ଲାପାଳ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ସହାୟତା ଲୋଡିଛନ୍ତି।

ଅପରପକ୍ଷେ ଭଦ୍ରକରେ ଆଜି ଚିହ୍ନଟ ହୋଇଥିବା ୫ଜଣ କୋଲକାତା ଲିଙ୍କ୍ ଥିବା ସୂଚନା ମିଳିଛି। ୨୮ମାର୍ଚ୍ଚରୁ ୯ ଏପ୍ରିଲ ମଧ୍ୟରେ ୫ଜଣ ଯାକ କୋଲକାତାରୁ ଭଦ୍ରକ ଆସିଛନ୍ତି। ସେମାନେ ଟାଟା ମ୍ୟାଜିକ୍ ,ଟ୍ରକ୍, ବୋଲେରୋ, ଟାଟା ଏସି ଓ ମାରୁତି ଓମିନିରେ ଭଦ୍ରକ ଫେରିଥିଲେ। ୨୮ମାର୍ଚ୍ଚରେ ୨ଜଣ ଓ ୨୯ମାର୍ଚ୍ଚରେ ମଧ୍ୟ ୨ଜଣ ଫେରିଥିଲେ। ସେହିପରି ଏପ୍ରିଲ ୯ରେ ଜଣେ ଫେରିଥିଲେ। ୩ଜଣ ଭଦ୍ରକ ସ୍ଥିତ ବାସୁଦେବପୁରର ହୋଇଥିବା ବେଳେ ଅନ୍ୟ ୨ଜଣ ଭଣ୍ଡାରୀ ପୋଖରୀର ଅଞ୍ଚଳର ବୋଲି ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କ ବୟସ ୪୮ରୁ ୫୮ ବର୍ଷ ହେବ ବୋଲି ସୂଚନା ରହିଛି। ଟାଟା ମ୍ୟାଜିକରେ ଆସିଥବବା ଆକ୍ରାନ୍ତ ୩ଜଣଙ୍କ ସହ ଆସିଥିଲେ। ବୋଲେରୋରେ ଆସିଥିବା ଆକ୍ରାନ୍ତ ୭ଜଣଙ୍କ ସହ ଆସିଥିଲେ। ମାରୁତି ଓମନିରେ ଆସିଥିବା ଆକ୍ରାନ୍ତ ୬ଜଣଙ୍କ ସହ ଆସିଥିବା ନେଇ ଜଣାପଡ଼ିଛି।

Comments are closed.