Odisha Link
Bridging the Missing Links in Odisha

୭ ମେ’ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢ଼ାଇଲେ ଏହି ସରକାର

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ବ। ଏଥିପାଇଁ ଏହି ମହାମାରୀରର ମୁକାବିଲା ପାଇଁ ପ୍ରଥମେ ଏପ୍ରିଲ ୧୪ ଏବଂ ପରେ ୩ ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହାରି ମଧ୍ୟରେ ତେଲେଙ୍ଗାନା ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି। ମେ ୩ ବଦଳରେ ମେ ୭ ତାରିଖ ଯାଏ ତେଲେଙ୍ଗାନାରେ ଲକଡାଉନ୍ ଜାରି ରହିବ ବୋଲି ସରକାର ଘୋଷଣା କରିଛନ୍ତି।

ଅପରପକ୍ଷେ ଦିଲ୍ଲୀ ଏବଂ ପଞ୍ଜାବ ସରକାର ନିଜ ନିଜ ରାଜ୍ୟରେ ଆସନ୍ତା ମେ ୩ ତାରିଖ ଯାଏ କଟକଣା ବଳବତର ରହିବ ବୋଲି ଘୋଷଣା କରିଛନ୍ତି। ଅର୍ଥାତ୍ ଏହି ଦୁଇ ରାଜ୍ୟରେ ଆଜିଠାରୁ କୌଣସି କ୍ଷେତ୍ରରେ କଟକଣା କୋହଳ ହେବନାହିଁ। ରାଜ୍ୟରେ ପୂର୍ବଭଳି ଲକଡାଉନ କଡାକଡି ପାଳନ କରାଯିବ।

କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ବିଗତ ୨୪ ଘଣ୍ଟାରେ ୧୫୫୩ ନୂଆ ମାମାଲା ସାମ୍ନାକୁ ଆସିଛି। ଏବଂ ୩୬ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୫୪୩ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭, ୨୬୫ରେ ପହଁଞ୍ଚିଛି। ଏଥିସହିତ ଦେଶରେ ସୁସ୍ଥଙ୍କ ସଂଖ୍ୟା ୨୫୪୬ ରହିଛି ଯାହାକି ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଅପରପକ୍ଷେ ୧୪,୧୭୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.