Odisha Link
Bridging the Missing Links in Odisha

କରୋନା: ବାତିଲ ହେଲା ଚଳିତବର୍ଷ ଅମରନାଥ ଯାତ୍ରା

ଶ୍ରୀନଗର: ଚଳିତ ବର୍ଷ ବାତିଲ ହେଲା ଅମରନାଥ ଯାତ୍ରା। ମହାମାରୀ କରୋନା ଭାଇରସର ବିସ୍ତାରକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜମ୍ମୁ-କଶ୍ମୀର ପ୍ରଶାସନ।

ଆଜି ରାଜଭବନରେ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ୩୮ତମ ଅମରନାଥ ଯାତ୍ରାର ବାର୍ଷିକ ବୈଠକ ବସିଥିଲା। ଏହି ସମୟରେ ଶ୍ରୀଅମରନାଥଜୀ ଧର୍ମାନୁଷ୍ଠାନ ବୋର୍ଡର ଚେୟାରମ୍ୟାନ ତଥା ଉପରାଜ୍ୟପାଳ ଶ୍ରୀ ମୁର୍ମୁ କରୋନା ପାଇଁ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ଘୋଷଣା କରିଛନ୍ତି।

ଅମରାନାଥ ଯାତ୍ରାରେ ସାମିଲ ହେବାକୁ ଥିବା ଲୋକମାନେ କଶ୍ମୀରର ଯେଉଁ ସବୁ ସ୍ଥାନ ଦେଇ ଯିବାର ଥିଲା ସେହି ରାସ୍ତାରେ ୭୭ଟି ସ୍ଥାନ କରୋନା ପାଇଁ ରେଡ ଜୋନ ଭାବେ ଚିହ୍ନଟ ହୋଇଛି। ତେଣୁ ଚଳିତ ବର୍ଷ ଏହି ରାସ୍ତାରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ। ତେଣୁ ଶ୍ରୀ ମୁର୍ମୁ ଯାତ୍ରା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ୪୨ ଦିନିଆ ଅମରନାଥ ଯାତ୍ରା ଜୁନ ୨୩ରୁ ଆରମ୍ଭ ହେବାର ଥିଲା।

Comments are closed.