Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନେପାଳରେ ଫସିଥିବା ଓଡ଼ିଆଙ୍କୁ ମିଳିଲା ସହାୟତା

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ନେପାଳରେ ଫସିଥିବା ଓଡ଼ିଆ ଲୋକଙ୍କୁ ସହାୟତା ମଳିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେ କହିଛନ୍ତି ଯେ ଲକ୍‌ଡାଉନ୍ ଯୋଗୁ ବାଲେଶ୍ୱର ରମାକାନ୍ତ ନାୟକ ଓ ମିଥୁନ ପାତ୍ରଙ୍କ ସମେତ ୬ ଜଣ ଓଡିଆ ନେପାଳରେ ଫସି ରହିବା ସହ ଖାଦ୍ୟପେୟ ଯୋଗାଡ କରିବାରେ ଅସୁବିଧା ଭୋଗ କରୁଥିଲେ।

ଫସିଥିବା ଓଡିଆ ଲୋକମାନେ ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ନେପାଳରେ ଥିବା ଭାରତୀୟ ଦୂତାବାସ ସହ ଶ୍ରୀ ପ୍ରଧାନ ଯୋଗାଯୋଗ କରିଥିଲେ। ଏହାପରେ ନେପାଳରେ ଥିବା ଭାରତୀୟ ଦୂତାବାସର ସହଯୋଗରେ ଓଡିଆ ଲୋକଙ୍କ ପାଖରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଁଚିପାରିଥିଲା। ଏଥିପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। କେବଳ ଓଡିଶା ନୁହେଁ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତିଟି ଓଡିଆଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବଦା ବ୍ୟଗ୍ର ଓ ଚିନ୍ତିତ ମଧ୍ୟ। ଓଡିଆଙ୍କ ପ୍ରତି ତାଙ୍କର ଭଲପାଇବା ଓ ସହାନୁଭୂତି ପାଇଁ ଆଜି ସେ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଜାଗା ନେଇପାରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Comments are closed.