Odisha Link
Bridging the Missing Links in Odisha

କରୋନା ମୁକାବିଲା: ୨୭ରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏପରିକି ୩ ମେ’ ପର୍ଯ୍ୟନ୍ତ ସାରା ଦେଶ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାରି ମଧ୍ୟରେ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କରୋନା ମୁକାବିଲା ମଧ୍ୟରେ ଆସନ୍ତା ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ।

ମେ’ ୩ ତାରିଖ ରାତି ୧୨ଟାରେ ଏହି ଅବଧି ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ହେବା ପରେ ଏହା ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ପ୍ରଥମ ବୈଠକ ହେବ। ଏହି ସମୟରେ ରାଜ୍ୟ ଗୁଡ଼ିକର କରୋନା ସ୍ଥିତି ଉପରେ ମୋଦି ସମସ୍ତଙ୍କ ସହ ଆଲୋଚନା କରିବେ।

Comments are closed.