Odisha Link
Bridging the Missing Links in Odisha

ଆରୋଗ୍ୟ ସେତୁ ଆପ୍: ଉତ୍ତର ପ୍ରଦେଶରେ ୩ କରୋନା ସନ୍ଦିଗ୍ଧ ଚିହ୍ନଟ

ଲକ୍ଷ୍ମୌ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର କିଛି ଦିନ ତଳେ “ଆରୋଗ୍ୟ ସେତୁ ଆପ୍‌”ର ଶୁଭାରମ୍ଭ କରିଥିଲେ। ଏହି ଆପ୍‌ ବର୍ତ୍ତମାନ ସମୟରେ ୩ଜଣ ସନ୍ଦିଗ୍ଧଙ୍କୁ କରୋନା ଆକ୍ରାନ୍ତ ଚିହ୍ନଟ କରିଛି। ଏବେ ଏମାନଙ୍କର ନମୁନା ପରୀକ୍ଷା କରାଯାଇଛି ହେଲେ ରିପୋର୍ଟ ଆସିନାହିଁ। ଏହି ୩ଜଣ ଉତ୍ତର ପ୍ରଦେଶର।

ଏହି ୩ ସନ୍ଦିଗ୍ଧ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିଥିଲେ। ଆପ୍ ଡାଉନଲୋଡ଼ କରିବା ପରେ ଆବଶ୍ୟକ ତଥ୍ୟ ପୂରଣ କରିଥିଲେ। ପରେ ଏହି ଆପ୍‌ ଦ୍ବାରା ଜଣାଇଥିଲା ଯେ, ଏହି ତିନି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥାଇପାରନ୍ତି। ଯେହେତୁ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥିଲା ତେଣୁ ଆପ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୂଚନା ଦେଇଥିଲା। ଏହାପରେ ଉତ୍ତର ପ୍ରଦେଶ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅବଗତ କରାଇଥିଲା।

କେନ୍ଦ୍ର ସରକାରଙ୍କ ପାଖରୁ ତିନି କରୋନା ସନ୍ଦିଗ୍ଧଙ୍କର ନାମ, ଠିକଣା ଏବଂ ଫୋନ୍ ନମ୍ୱର ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସେମାନଙ୍କ ନିକଟକୁ ପଠାଇ ନମୁନା ସଂଗ୍ରହ କରିଥିଲୁ। ତାହା ଏବେ ପରୀକ୍ଷା ହେବା ପାଇଁ ଯାଇଛି ବୋଲି ଉତ୍ତର ପ୍ରଦେଶର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ନରେନ୍ଦ୍ର ଅଗ୍ରଓ୍ୱାଲ କହିଛନ୍ତି।

ଡକ୍ଟର ଶ୍ରୀ ଅଗ୍ରଓ୍ବାଲ ଆହୁରି କହିଛନ୍ତି ଯେ, ଯଦି ଏଭଳି ସମୟରେ ଲୋକମାନେ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରନ୍ତି ତେବେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ଖବଶୀଘ୍ର ହୋଇପାରିବ। ଯାହା ଫଳରେ ସରକାରଙ୍କୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

Comments are closed.