ମା’ ହେଲେ କରୋନା ଆକ୍ରାନ୍ତ, ଛୁଆର ନମୁନା ନେଗେଟିଭ୍

କୋଲକାତା: କରୋନା ପଜିଟିଭ୍ ଭାବେ ଚିହ୍ନିତ ହେବା ପରେ ଆଇସୋଲେସନ୍ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ଜଣେ ମହିଳା ମା’ ହୋଇଛନ୍ତି। ତେବେ ଖୁସିର କଥା ନବଜାତ ପୁତ୍ରଟିର ନମୁନା ନେଗେଟିଭ୍ ଆସିଛି। ଉଭୟ ମା’ ଓ ପୁଅଙ୍କୁ ୬ ଫୁଟ ଦୂରତାରେ ଗୋଟିଏ ଆଇସୋଲେସନ୍ ଓ୍ବାର୍ଡରେ ରଖାଯାଇଛି। ସମସ୍ତ ସୁରକ୍ଷା ସହ ମା’ ପୁଅକୁ ସ୍ତନ୍ୟପାନ କରାଉଛନ୍ତି।
ଘଟଣା ଘଟିଛି ଉଲୁବେରିଆ ସ୍ଥିତ ସଂଜୀବନୀ ହସ୍ପିଟାଲରେ। ୨୦ ତାରିଖ ଦିନ ୨.୭ କିଲୋଗ୍ରାମ ଓଜନର ଏକ ସୁସ୍ଥ ସନ୍ତାନ ଜନ୍ମ ହେବା ପରେ ତାହାର ସ୍ବାଗ୍ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା। ନବଜାତ ପୁତ୍ରର ରିପୋର୍ଟ ଆଜି ନେଗେଟିଭ୍ ଆସିଛି। ମା ଜଣକ କ୍ରମଶଃ ସୁସ୍ଥ ହେଉଥିବା ଡାକ୍ତର ସୂଚନା ଦେଇଛନ୍ତି।