Odisha Link
Bridging the Missing Links in Odisha

ଦକ୍ଷିଣ ଓଡ଼ିଶା ଗସ୍ତରେ ୫-ଟି ସଚିବ ଓ ଉନ୍ନୟନ କମିସନର

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାସହ କରୋନା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି। ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ ପାଇଁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ରାଜ୍ୟରେ କୋଭିଡ଼ ହସ୍ପିଟାଲର କାର୍ଯ୍ୟ ଠିକ୍ ଭାବେ ପରିଚାଳିତ ହେଉଛିକି ନାହିଁ ତାହାର ତଦାରଖ କରୁଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍। ଏନେଇ ଆଜି ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର। କୋରାପୁଟରେ ସେମାନେ ପହଞ୍ଚି କୋଭିଡ଼ ହସ୍ପିଟାଲର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। କୋରାପୁଟରେ ୧୫୦ଶଯ୍ୟା ଓ ୪ଟି ଆଇସିୟୁ ବିଶିଷ୍ଟ କୋଭିଡ଼ ହସ୍ପିଟାଲ ରହିଛି । ସେହିପରି ମାଲକାନଗିରିରେ ମଧ୍ୟ ପହଞ୍ଚି କୋଭିଡ଼ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।

Comments are closed.