ଅମାନିଆଙ୍କୁ ମିଛ କରୋନା ରୋଗୀଙ୍କ ପାଖରେ ଛାଡ଼ୁଛି ତାମିଲନାଡ଼ୁ ପୁଲିସ, ଦେଖନ୍ତୁ ଭିଡିଓ

ଚେନ୍ନାଇ: ଲକ୍ଡାଉନ୍ କଟକଣା ସତ୍ତ୍ବେ ବାହାରକୁ ବିନା କାରଣରେ ବାହାରୁଥିବା ଲୋକଙ୍କୁ ଦଣ୍ଡ ଦେବା ଲାଗି ଅଭିନବ ଉପାୟ ଅବଲମ୍ବନ କରି ଚର୍ଚ୍ଚାରେ ତାମିଲନାଡ଼ୁ ପୁଲିସ। ଭାଇରାଲ୍ ହୋଇଥିବା ଏକ ଭିଡିଓରେ ବାଇକରେ ଯାଉଥିବା ୩ ଜଣ ଯୁବକଙ୍କୁ ଅଟକାଇ ଏକ ଆମ୍ବୁଲାନ୍ସ ଭିତରେ ଛାଡ଼ୁଛନ୍ତି ପୁଲିସ କର୍ମଚାରୀ। ଆମ୍ବୁଲାନ୍ସ ଭିତରେ କରୋନା ରୋଗୀ ବେଶରେ ଅନ୍ୟ ଜଣେ ପୁଲିସ କର୍ମଚାରୀ ଶୋଇଥିବାର ଦେଖିବାକୁ ମିଳୁଛି। କରୋା ରୋଗୀ ଭିତରେ ଅଛନ୍ତି ଜାଣିବା ପରେ ଯୁବକମାନେ କିଭଳି ଆଚରଣ କରୁଛନ୍ତି ତଳ ଭିଡିଓରେ ଦେଖନ୍ତୁ।
ଲକ୍ଡାଉନ୍ କଟକଣା ସତ୍ତ୍ବେ ବାହାରକୁ ବିନା କାରଣରେ ବାହାରୁଥିବା ଲୋକଙ୍କୁ ଦଣ୍ଡ ଦେବା ଲାଗି ଅଭିନବ ଉପାୟ ଅବଲମ୍ବନ କରି ଚର୍ଚ୍ଚାରେ ତାମିଲନାଡ଼ୁ ପୁଲିସ।
ତିନି ଜଣ ଯୁବକ ଗୋଟିଏ ବାଇକ୍ରେ ଯାଉଥିବା ବେଳେ ତାଙ୍କୁ ଅଟକାଇ ଜଣେ ମିଛ 'କରୋନା ରୋଗୀ' ସହ ଛାଡ଼ୁଛି ପୁଲିସ, ଆଉ ଏହା ପରେ ଯୁବକମାନଙ୍କ ପ୍ରତିକ୍ରିୟା ଦେଖନ୍ତୁ… pic.twitter.com/wsH8wmoMw9— Odisha Link (@OdishaLink) April 24, 2020