Odisha Link
Bridging the Missing Links in Odisha

ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ସ୍ଵାଗତ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଚନ୍ଦନ ଯାତ୍ରା ଏବଂ ଅକ୍ଷୟ ତୃତୀୟ ମନ୍ଦିର ଭିତରେ କରାଯିବ। ଏହା ମହାପ୍ରଭୁଙ୍କ ଧାର୍ମିକ ପରମ୍ପରା ହୋଇଥିବାରୁ ବିଧି ରକ୍ଷା କରିବାକୁ ଚନ୍ଦନ ଯାତ୍ରାର ନୀତି ନିୟମ କରାଯିବ। ମାତ୍ର ତାହା ଶ୍ରୀମନ୍ଦିର ବାହାରେ ନୁହେଁ, ଭିତରେ ହେବ ବୋଲି ଜଗଦ୍ଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସ୍ୱରସ୍ୱତୀ ପରାମର୍ଶ ଦେଇଛନ୍ତି। ଏହାକୁ ସମର୍ଥନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ମହାନ ପରମ୍ପରାକୁ ରକ୍ଷା କରିବା ସହ କରୋନା ମହାମାରୀର ସଠିକ୍ ମୁକାବିଲା କରିବା ପାଇଁ ଜଗତଗୁରୁ ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଯେଉଁ ପରାମର୍ଶ ଦେଇଛନ୍ତି ସମଗ୍ର ହିନ୍ଦୁ ସମାଜ ଏବଂ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିବ ବୋଲି ମୋର ଆଶା।

ଗଜପତି ମହାରାଜ ବିସ୍ତୃତ ଭାବରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ନୀତି ନିୟମ ମାନିବା ଉପରେ ଗୁରୁତ୍ୱ ଆରୋପ କରିବା ଏକ ସମୟୋପଯୋଗୀ ପଦକ୍ଷେପ। ମୋର ଦୃଢ଼ ବିଶ୍ୱାସ ଶ୍ରୀମନ୍ଦିର ପରିଚାଳନା କମିଟି, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଜଗତଗୁରୁ ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଓ ଗଜପତି ମହାରାଜାଙ୍କ ପରାମର୍ଶ ଆଧାରରେ ମହାପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ରକ୍ଷା କରିବେ। ମହାପ୍ରଭୁଙ୍କ ଆଶୀର୍ବାଦରେ ମାନବଜାତି କରୋନା ଯୁଦ୍ଧରେ ନିର୍ଣ୍ଣାୟକ ବିଜୟ ପ୍ରାପ୍ତ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Comments are closed.