Odisha Link
Bridging the Missing Links in Odisha

ବ୍ରାହ୍ମଣୀ ସେତୁରେ ଦବିଲା ଲୁହା ପ୍ଲେଟ୍

ରାଉରକେଲା: ରାଉରକେଲା ବ୍ରାହ୍ମଣୀ ପୋଲରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଗତକାଲି ବିଳମ୍ବିତ ରାତିରେ ଲୁହା ପ୍ଲେଟ ଦବି ଯାଇଥିଲା। ଏଥିପାଇଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛିl ଘଟଣା ସ୍ଥଳରେ ଟ୍ରାଫିକ୍ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି।

ଏ ସଂପର୍କରେ ଖବର ପାଇ ଆଜି ସକାଳୁ ଏନଏଚଏଆଇ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି। ଏନେଇ ଏନଏଚଏଆଇ ପ୍ରକଳ୍ପ ନିର୍ଦେଶକ ସୌରଭ ଚୌରାସିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୋଲ ମଝିରେ ଫାଟ ସୃଷ୍ଟି ହୋଇଥିବାରୁ ସେଥିରେ ଲୁହା ପ୍ଲେଟ ପଡ଼ିଥିଲା।ମରାମତି କାମ ଚାଲିଛି । ସେମିତି କିଛି ବିପଦ ନାହିଁ।

Comments are closed.