Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ପାଇଁ ଖୁସି ଖବର, ମେ ୨୭ ପୂର୍ବରୁ ହେବ MLC ନିର୍ବାଚନ

ମୁମ୍ବାଇ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଆଶ୍ବସ୍ତିକର ଖବର ଆସିଛି। ଉଦ୍ଧବଙ୍କ ସିଏମ୍ ଚେୟାରକୁ ନେଇ ଦେଖା ଯାଉଥିବା ସଙ୍କଟ ସମାପ୍ତ ହେବାକୁ ଯାଉଛି। କାହିଁକିନା କରୋନା ସଙ୍କଟ ମଧ୍ୟରେ ସ୍ଥଗିତ ଥିବା ହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ(MLC)କୁ ମେ ୨୭ ପୂର୍ବରୁ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ନିର୍ବାଚନ ଆୟୋଗ।

ନିର୍ବାଚନ ସମୟରେ କୋଭିଡ-୧୯ ବିରୋଧରେ ସୁରକ୍ଷା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ନିଶ୍ଚିତ କରାଯିବା ଉଚିତ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଏ ବାବଦରେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୨୧ ଦିନ ମଧ୍ୟରେ ନିର୍ବାଚନ ଶେଷ ହେବ। ୨୭ ମେ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ବିଧାନ ପରିଷଦରେ ସିଏମ୍ ଉଦ୍ଧବ ଠାକରେଙ୍କୁ ମନୋନୀତ କରିବାକୁ ରାଜ୍ୟ କ୍ୟାବିନେଟ୍ ସୁପାରିଶ କରିବାର କିଛି ଦିନ ପରେ ରାଜ୍ୟପାଳ ଭାଗବତ ସିଂ କୋସରୀରି ରାଜ୍ୟ ବିଧାନସଭାର ଉପର ନଅଟି ଖାଲି ଆସନ ପାଇଁ ନିର୍ବାଚନ ଘୋଷଣା କରିବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ।

Comments are closed.