Odisha Link
Bridging the Missing Links in Odisha

ଆଉ ୨ ଆକ୍ରାନ୍ତ ଚିହ୍ନଟ, ଅଧାରାଜ୍ୟ କରୋନା କବଳରେ

ଭୁବନେଶ୍ବର: ରାଜ୍ୟରେ ପୁଣି ବର୍ତ୍ତମାନ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି। ଆକ୍ରାନ୍ତ ୨ ଜଣ ବଲାଙ୍ଗିର ଜିଲ୍ଲ ଲେଖାରିଆ ଗ୍ରମାର ୨୨ ବର୍ଷୀୟ ଓ ୧୮ ବର୍ଷୀୟ ପୁରୁଷ। ଏବଂ ସେ ଦୁହେଁ ତାମିଲନାଡୁ ଫେରନ୍ତା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଏଥିସହିତ ପ୍ରଥମ ଥର ପାଇଁ ବଲାଙ୍ଗୀର ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଅଧାରାଜ୍ୟ ଅର୍ଥାତ୍‌ ୧୫ ଟି ଜଲ୍ଲାରେ ଏବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୪୫ଜଣ ଆକ୍ରାନ୍ତ ଜିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି ଏବଂ ସମସ୍ତଙ୍କୁ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି।

ଆଜି ସକାଳୁ ବାଲେଶ୍ୱରରୁ ମଧ୍ୟ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଗତକାଲି ଯାଜପୁରରୁ ଏକାଥରକେ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Comments are closed.