Odisha Link
Bridging the Missing Links in Odisha

ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣା: ୧୧ ମୃତ, ୮୦୦ ଲୋକ ମେଡିକାଲରେ ଭର୍ତ୍ତି

ବିଶାଖାପାଟଣା: ଆଜି ସକାଳୁ ଆନ୍ଧ୍ର ପ୍ରଦେଶର ବିଶାଖାପଟଣା ଏକ କେମିକାଲ ପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଫଳରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮୦୦ରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

କିଙ୍ଗ ଜର୍ଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୀଡିତାଙ୍କୁ ସିଏମ୍ ଜଗନ୍ ମୋହନ ରେଡ୍ଡୀ ଭେଟିଥିଲେ। ଏହି ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ଏକ କୋଟି ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ସିଏମ ଘୋଷଣା କହିଛନ୍ତି। ଏହା ସହିତ ଗୁରୁତର ରୋଗୀଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ରୋଗୀଙ୍କୁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଏକ ପାଞ୍ଚ ଜଣିଆ କମିଟି ସମଗ୍ର ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍ ଜଗନ୍ ମୋହନ ରେଡ୍ଡୀ।

ବର୍ତ୍ତମାନ ସମୟରେ ଗ୍ୟାସ ଲିକକୁ ନିୟନ୍ତ୍ରଣ କରାଯାଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏମଏର ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି।

ସୂଚନାମୁତାବକ ଗୁରୁବାର ଭୋର ସମୟରେ ଗୋପାଳପଟ୍ଟନମ୍ ପାଖ ଭେପାଗୁଣ୍ଟାରେ ଥିବା ‘ଏଲ୍‌ଜି ପଲିମରର୍ସ’ କାରଖାନାରୁ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା। ଏହି ଗ୍ୟାସ୍ ଲିକ୍ ହେବାଫଳରେ ଲୋକଙ୍କକ ଆଖିରେ ପ୍ରଥମେ ପୋଡାଜଳା ହେବା ସହ ଶ୍ଵାସ ନେବାରେ ଅସୁବିଧା ହେବା ଦେଖାଦେଇଥିଲା। ଏହାପରେ ଲୋକମାନଙ୍କୁ ମେଡିକାଲ ନିଆଯାଇଥିଲା।

ଏହି ଘଟଣା ସାମ୍ନାକୁ ଆସିଲା ପରେ ପୁଲିସ, ଅଗ୍ନିଶମ ବାହିନୀ ଓ ‌ନୌସେନାର କର୍ମଚାରୀମାନେ ରେସକ୍ୟୁ ଅପରେସନ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ସମସ୍ତ ଗାଁକୁ ଖାଲି କରିଦିଆଯାଇଛି। କାରଖାନାରୁ ଲିକ୍ ହୋଇଥିବା ଗ୍ୟାସ ପ୍ରାୟ ୩ କିଲୋମିଟର ଯାଏଁ ବ୍ୟାପିଥିବା ଜଣାପଡିବା ପରେ ୫ ଟି ଗାଁକୁ ଖାଲି କରାଯାଇଛି। ଏଥି ସହିତ ସୁରକ୍ଷା ଦୃଷ୍ଟିରୁ ସେ ଅଞ୍ଚଳ ଆଖପାଖରେ ବସବାସ କରୁଥିବା ଲୋକମାନଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି।

Comments are closed.