Odisha Link
Bridging the Missing Links in Odisha

ପ୍ରଥମେ ସ୍ବାବ ଟେଷ୍ଟ, ପରେ ରାଜ୍ୟ ପ୍ରବେଶ: ହାଇକୋର୍ଟ

ଭୁବନେଶ୍ୱର: ସାରା ଦେଶରେ ବର୍ତ୍ତମାନ ଲକ୍‌ଡାଉନ୍‌ର ୩ୟ ପର୍ଯ୍ୟାୟ ଚାଲିଛି। ଏଥିସହିତ କିିଛି କଟକଣା କୋହଳ କରିଛନ୍ତି ସରକାର। ଫଳରେ ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି। ଏହାରି ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ। ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପୂର୍ବରୁ ସ୍ବାବ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଓଡ଼ିଶାକୁ ଫେରିବା ଆଗରୁ ପ୍ରବାସୀ ଓଡ଼ିଆଙ୍କ ସ୍ୱାବ୍ ଟେଷ୍ଟ ହେବ। ସ୍ୱାବ୍ ରିପୋର୍ଟ ନେଗଟିଭ୍ ଆସିଲେ ଓଡ଼ିଶା ଆସିବାକୁ ମିଳିବ ଅନୁମତି। ପ୍ରବାସୀ ଓଡ଼ିଆ ରହୁଥିବା ରାଜ୍ୟରେ RT-PCR ଟେଷ୍ଟ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ। କରୋନା ସଂକ୍ରମଣର ରିପୋର୍ଟ ପଜିଟିଭ ଆସିଲେ, ଓଡ଼ିଶା ଆସିବାକୁ ମନା କରିଛନ୍ତି ହାଇକୋର୍ଟ। ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ଅନ୍ୟ ରାଜ୍ୟରୁ ଫେରି ବିନା ପଞ୍ଜୀକରଣରେ କେହି ଘରକୁ ଯାଇପାରିବେ ନାହିଁ। ଗତ ୨୨ ତାରିଖ ଦିନ ଏମିତି ପତୱା ଜାରି କରିଥିଲେ ରାଜ୍ୟ ସରକାର। ଲକଡାଉନ ହଟିବା ପରେ ବାହାର ରାଜ୍ୟରୁ ଯିଏ ଗାଁକୁ ଫେରିବାକୁ ଚାହିଁବେ ତାଙ୍କୁ ନିଜ ସମ୍ପର୍କରେ ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ବହୁ ପ୍ରବାସୀ ନିଜ ବିଷୟରେ ପଞ୍ଜୀକରଣ କରି ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି।

ସୂଚନାଥାଉକି, ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ବିଭିନ୍ନ ପଞ୍ଚାୟତରେ ୧୪ ଦିନିଆ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବାର ବ୍ୟବସ୍ଥା କରାଯାଉଛି। ଏହା ସତ୍ତ୍ୱେ ମଧ୍ୟ ଗତ କିଛି ଦିନ ହେଲା ଅଧିକାଂଶ ସୁରଟ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି।

ରକାର ପ୍ରବାସୀ ଓଡ଼ିଶାଙ୍କୁ ରଖିବା ପାଇଁ ରାଜ୍ୟରେ ୫ ଲକ୍ଷ ବେଡ଼୍ ବ୍ୟବସ୍ଥା କରିଛନ୍ତି। ଲୋକଙ୍କ ସୁବିଧା ପାଇଁ ଅନେକ ପକ୍ଷକ୍ଷେପ ଗ୍ରହଣ କରାଯାଉଛି। ତଥାପି ମାତ୍ର ୧୧ ଦିନରେ କରୋନା ରୋଗୀ ଦ୍ୱିଗୁଣିତ ହୋଇଛି। ତେବେ ଏପରିସ୍ଥଳେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

Comments are closed.