Odisha Link
Bridging the Missing Links in Odisha

ବଢ଼ିପାରେ କ୍ୱାରେଣ୍ଟିନ୍ ଅବଧି!

ଭୁବନେଶ୍ୱର: କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ପାଇଁ ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଇଥିଲା। ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ରେ କିଛି କଟକଣା କୋହେଳ କରାଯାଇଛି। ଯାହାଫଳରେ ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି।

ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ବିଭିନ୍ନ ପଞ୍ଚାୟତରେ ୧୪ ଦିନିଆ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯିବାର ବ୍ୟବସ୍ଥା କରାଯାଉଛି। ଏସବୁ ସତ୍ତ୍ୱେ ମଧ୍ୟ ଗତ କିଛି ଦିନ ହେଲା ଅଧିକାଂଶ ସୁରଟ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ପ୍ରବାସୀଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇ ଯଥେଷ୍ଟ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଆସୁଥିଲା। ତେବେ ଏହି ଚର୍ଚ୍ଚା ସତ ହୋଇପାରେ। କାରଣ କ୍ୱାରେଣ୍ଟିନ୍ ଅବଧିକୁ ବଢାଇବାକୁ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏଭଳି ପରାମର୍ଶ ଆଉ କେହି ନୁହେଁ ଖୋଦ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ଦେଇଛନ୍ତି।

କ୍ୱାରେଣ୍ଟିନ୍ ଅବଧିକୁ ୧୪ରୁ ୨୧ ଦିନକୁ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଶ୍ରୀ ରେଡ୍ଡୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ପରେ ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

Comments are closed.