ପରଲୋକରେ ବିଜେଡି ନେତା ସୁବାସ ଚୌହାନ

ଭୁବନେଶ୍ବର: ପରଲୋକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେଡି ନେତା ସୁବାସ ଚୌହାନ୍। ମୃତ୍ୟୁ ବେଳକୁ ତାଙ୍କ ୫୪ ବର୍ଷ ହୋଇଥିଲା। ସେ ଲିଭର କ୍ୟାନସରରେ ପୀଡିତ ଥିଲେ। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ଏପ୍ରିଲ ୩୦େ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସୁବାସ। ପରେ ମେ ୫ ତାରିଖରୁ ଭେଣ୍ଟିଲେଟରରେ ରହିଥିଲେ।
ଗତ ବର୍ଷ ସେପଟେମ୍ବର ମାସରେ ସୁବାସ ଚୌହ୍ଵାନ ପଶ୍ଚିମ ଓଡ଼ିଶାର ବିକାଶ ପରିଷଦର ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଥିଲେ। ଶ୍ରୀ ଚୌହ୍ଵାନ ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ। ୨୦୧୪ ନିର୍ବାଚନରେ ସେ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ୍ରୁ ବଞ୍ଚିତ ହେବା ପରେ ସେ ବିଜେପି ଛାଡ଼ିଥିଲେ।