ମହାବାତ୍ୟାରୁ ହେଲା ଅତିଭୀଷଣ ବାତ୍ୟା “ଅମ୍ପାନ”

ଭୁବନେଶ୍ୱର: ଦୁର୍ବଳ ହେଲା “ଅମ୍ପାନ୍”। ମହାବାତ୍ୟାରୁ ଖସି “ଅମ୍ପାନ୍” ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ବଢ଼ିଛି। ଘଣ୍ଟାକୁ ୧୫ କିମି ବେଗରେ ଆଗକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଆସନ୍ତାକାଲି ଅପରାହ୍ନ କିମ୍ବା ସଂଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନରେ ‘ଅମ୍ଫାନ’ ଲ୍ୟାଣ୍ଡଫଲ୍ କରିବ। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୫୫ ରୁ ୧୬୫ କିଲୋମିଟର ରହିବାର ସମ୍ଭାବନା ଅଛି।
ଏହାର ପ୍ରଭାବରେ ଆସନ୍ତା କାଲି ସକାଳଠାରୁ ସଂଧ୍ୟା ଯାଏ ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଦିଆଯାଇଛି। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବେଶି ପ୍ରଭାବ ପଡ଼ିବ। ଓଡ଼ିଶାରେ ଆଜି ରାତିରୁ କାଲି ସଂଧ୍ୟା ଯାଏ ଅଧିକ ପ୍ରଭାବ ରହିବ। ଏବେ ଏହା ପାରାଦୀପ ଠାରୁ ୪୮୦ କିଲୋମିଟର ଦୂରରେ ରହିଛି ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।