Odisha Link
Bridging the Missing Links in Odisha

ଭଲ ଖବର: ସୁସ୍ଥ ହେଲେ ଆଉ ୩୦ ଆକ୍ରାନ୍ତ, ମୋଟ ୩୦୭

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ରହିଛି। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୦୭ରେ ପହଁଞ୍ଚିଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, ବାଲେଶ୍ବର ଓ ଭଦ୍ରକରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।

ବର୍ତ୍ତମାନ ରାଜ୍ୟରେ ୯୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୩୦୭ ଜଣ ସୁସ୍ଥ ହୋଇଛନ୍ତି। ଆଉ ୬୬୬ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.