Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷା ଖାତା ଦେଖା ସ୍ଥଗିତ

ଭୁବନେଶ୍ବର: ମହାବାତ୍ୟା “ଅମ୍ପାନ୍”କୁ ନଜରରେ ରଖି ପୁଣି ଥରେ ଘୁଞ୍ଚିଲା ମାଟ୍ରିକ ଖାତା ଦେଖା। ଫଳରେ ମାଟ୍ରିକ ଖାତା ଦେଖା ସ୍ଥଗିତ କଲା ଗଶଶିକ୍ଷା ବିଭାଗ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୁଣି କେବେ ଖାତା ଦେଖା ଆରମ୍ଭ ହେବ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି। ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଥାଉ କି, ୨୧ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବାର ଥିଲା । ଗତକାଲି ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ଆଜି ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଏହା ପୂର୍ବରୁ ୨୦ରୁ ଖାତାଦେଖା ନେଇ ଥରେ ନିଷ୍ପତ୍ତି ହୋଇଥିଲା। ହେଲେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇ ଥିଲା।

Comments are closed.