ମେ’ ୨୨ରେ WHO କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ହେବେ ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଭାରତର କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଖୁବଶୀଘ୍ର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ। WHO ମୁତାବିକ ଭାରତର କରୋନା ଲଢ଼େଇରେ ଗୁରୁତ୍ବପୁର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଡ. ଡର୍ଷବର୍ଦ୍ଧନ ମେ ୨୨ ତାରିଖରେ ନିଜର କାର୍ଯ୍ୟଭାର ଦାୟିତ୍ବ ଗ୍ରହଣ କରି ପାରନ୍ତି। ସେ ଜାପାନର ଡ. ହିରୋକି ନିକୋଟିନଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ।
ମଙ୍ଗଳବାର ଦିନ ଭାରତକୁ WHO କାର୍ଯ୍ୟନିର୍ବାହୀ ବୋର୍ଡରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବ ଅନୁମୋଦିତ ହୋଇଯାଇଛି। ୧୯୪ ଟି ଦେଶ ଏହି ପ୍ରସ୍ତାବରେ ଦସ୍ତଖତ କରିଛନ୍ତି। WHO ର ଦକ୍ଷିଣ ପୂର୍ବ ଏସିଆ ଗ୍ରୁପ୍ ଗତ ବର୍ଷ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଥିଲା ଯେ ଭାରତ ତିନି ବର୍ଷ ପାଇଁ କାର୍ଯ୍ୟନିର୍ବାହୀ ବୋର୍ଡକୁ ନିର୍ବାଚିତ ହେବ।