ନୟାଗଡ଼: ୪୮ ଘଣ୍ଟା ପାଇଁ କୁରାଳ ପଞ୍ଚାୟତ ସଟ୍ଡାଉନ୍

ନୂଆଗଡ଼: ପୁଣିଥରେ ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ପଞ୍ଚାୟତ ୪୮ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା। ଏନେଇ ସୂଚନା ଦେଇଛନ୍ତି ସରପଞ୍ଚ(ଜିଲ୍ଲାପାଳ କ୍ଷମତା ପ୍ରାପ୍ତ) ଝିଲି ପ୍ରଧାନ।
ଆଜି ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ନିମନ୍ତେ କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର,ଲିଙ୍ଗରାଜପ୍ରସାଦ ,ହନୁମନ୍ତିଆ,ନାଉରିଆ ଏବଂ କୁରାଳ ସମେତ ସମସ୍ତ ବଜାରରେ ସଟ ଡାଉନ (ଏକ ପ୍ରକାର କର୍ଫୁ) ଘୋଷଣା କରିଛନ୍ତି ସରପଞ୍ଚ ଝିଲି ପ୍ରଧାନ।
ନୟାଗଡ଼ ଜିଲ୍ଲାରେ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାର ବର୍ତ୍ତମାନ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରେ କୁରାଳ ପଞ୍ଚାୟତର ବିଭିନ୍ନ ଗାଁକୁ ପଶ୍ଚିମବଙ୍ଗ, ମୁମ୍ୱାଇ, ସୁରଟ , ଦିଲ୍ଲୀ, ହାଇଦ୍ରାବାଦ, ବାଙ୍ଗାଲୋର ଓ କର୍ଣ୍ଣାଟକ ରୁ ଆସିଛନ୍ତି ପ୍ରବାସୀ ଓଡ଼ିଆ। ତେଣୁ କୁରାଳ ପଞ୍ଚାୟତର ବଜାର ସହିତ ସମସ୍ତ ଗାଁରେ ଏହି ୪୮ ଘଣ୍ଟିଆ ସଟଡାଉନ୍ ଲାଗୁ ହୋଇଥିବା ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ସରପଞ୍ଚ।