Odisha Link
Bridging the Missing Links in Odisha

ଆଜିଠୁ କାଉଣ୍ଟରରେ ମିଳିବ ରିଜର୍ଭ ଟ୍ରେନ୍‌ ଟିକେଟ୍‌

ଭୁବନେଶ୍ବର: ଆଜିଠାରୁ କାଉଣ୍ଟରରେ ମିଳିବ ଟ୍ରେନ୍‌ ଟିକେଟ୍। ଏଣିକି ରିଜର୍ଭେସନ୍‌ କାଉଣ୍ଟରରେ ମିଳିବ ଟ୍ରେନ୍‌ ଟିକେଟ୍‌। ତେବେ କେଉଁ କେଉଁ ରେଲ୍‌ୱେ ଷ୍ଟେସନରେ ରିଜର୍ଭେସନ୍‌ ଟିକେଟ କାଉଣ୍ଟର ଖୋଲିବ ସେନେଇ ସଂପୃକ୍ତ ରେଲ୍‌ୱେ ଜୋନ୍ ନିଷ୍ପତ୍ତି ନେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ରିଜର୍ଭ ଟିକେଟ୍‌ ବୁକିଂ ପାଇଁ ଏହି କାଉଣ୍ଟର ଖୋଲା ରହିବ ବୋଲି ସୂଚନା ରହିଛି

ପୂର୍ବତଟ ରେଲ୍‌ୱେର ୧୨ଟି ଷ୍ଟେସନରେ ଟିକେଟ୍ ଉପଲବ୍ଧ ହେବାକୁ ଥିବାବେଳେ ଆଜିଠାରୁ କମନ୍ ସର୍ଭିସ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକେଟ୍ ମିଳିବ। ୧ ଲକ୍ଷ ୭୦ ହଜାର କମନ୍‌ ସର୍ଭିସ ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଟିକେଟ କାଟିବା ବେଳେ ସାମାଜିକ ଦୂରତା ବଜାୟ ରଖିବା ଲାଗି ରେଲ୍‌ୱେ ଜୋନ୍‌କୁ କୁହାଯାଇଛି।

ପୂର୍ବତଟ ରେଲ୍‌ୱେର ୧୨ଟି ଷ୍ଟେସନରେ ଅପରାହ୍ନ ୩ଟା ଯାଏ ଟିକେଟ୍‌ ମିଳିବ। ପଲାସା, ସୋମପେଟା, ଇଚ୍ଛାପୁରମ୍, ବ୍ରହ୍ମପୁର, ଛତ୍ରପୁର, ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଯାଜପୁର-କେଉଁଝର ରୋଡ୍‌, ଭଦ୍ରକ ଏବଂ ପୁରୀ ଷ୍ଟେସନ୍‌ରେ ରିଜର୍ଭ ଟିକେଟ୍‌ ଉପଲବ୍ଧ ହେବ। ଏସବୁ ଷ୍ଟେସନରେ କେବଳ ବିଧାୟକ, ସାଂସଦ, ସ୍ୱାଧୀନତା ସଂଗ୍ରାମୀ, ଦିବ୍ୟାଙ୍ଗଙ୍କ ସହ ୧୧ଟି ବର୍ଗର ଲୋକଙ୍କ ପାଇଁ ଟିକେଟ୍‌ ଉପଲବ୍ଧ ହେବ ବୋଲି ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.