Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କଲେ ବାତ୍ୟାଞ୍ଚଳ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ସାମୁଦ୍ରିକ ବାତ୍ୟା “ଅମ୍ପାନ୍” ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଥିସହିତ କ୍ଷତିଗ୍ରସ୍ତ ଫସଲ ଓ ଘରର ଆକଳନ ଖୁବଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କଟକ ଜିଲ୍ଲାରେ ଆକାଶମାର୍ଗରୁ କ୍ଷୟକ୍ଷତି ଆକଳନ କରିଛନ୍ତି। ‘ଅମ୍ଫାନ’ ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ବ୍ୟକ୍ତ କରିବା ସହ କ୍ଷତିଗ୍ରସ୍ତ ଯୋଗଯୋଗ ଭିତ୍ତିଭୂମି ଓ ରାସ୍ତାକୁ ଆସନ୍ତାକାଲି ସୁଦ୍ଧା ସ୍ୱାଭାବିକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସେସୁକୁୁ ଆସନ୍ତା ୨୪ଘଣ୍ଟା ଭିତରେ ଓ ନେସ୍କୋକୁ ଆସନ୍ତା ୭୨ଘଣ୍ଟା ମଧ୍ୟରେ ବିଦୁ୍ୟତ ସେବା ଯୋଗାଣକୁ ସ୍ୱାଭାବିକ କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତା ୩ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ଆକଳନ ଏବଂ କ୍ଷତିଗ୍ରସ୍ତ ଘର ଓ କୋଠାର ଆକଳନ ସପ୍ତାହକ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି। ଅମ୍ଫାନରେ ରାଜ୍ୟର ୮୯ଟି ବ୍ଲକର ୪୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଗସ୍ତ କରିଥିଲେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି।

Comments are closed.