Odisha Link
Bridging the Missing Links in Odisha

କମିଲା ରେପୋ ରେଟ୍, ଶସ୍ତା ହେବ ବ୍ୟାଙ୍କ ଋଣ କିସ୍ତି

ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବା କରୋନା ସଙ୍କଟ ମଧ୍ୟରେ ମୋଦି ସରକାର ପାଖାପାଖି ୨୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଦେଶବାସୀଙ୍କୁ ସମ୍ମୁଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହାରି ମଧ୍ୟରେ ଆଜି ଆରିବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିସହିତ ରେପୋ ରେଟ୍‌ ହ୍ରାସ କରିବାକୁ ଘୋଷଣା କରିଛନ୍ତି।

ରେପୋ ରେଟରେ ୪୦ବେସିସ ପଏଣ୍ଟ ହ୍ରାସ ପାଇଛି। ରେପୋ ରେଟ୍ ୪.୪% ରୁ ଖସି ୪%ରେ ପହଞ୍ଚିଛି। ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସୁଧ ହାରରେ ୦.୪% ହ୍ରାସ କରିଛି ଆରବିଆଇ। ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ଏଥିସହିତ ବ୍ୟାଙ୍କ ଋଣ କିସ୍ତି, ଇଏମ୍‌ଆଇ ଶସ୍ତା ହେବ ନେଇ ଘୋଷଣା କରିଛନ୍ତି ଶ୍ରୀ ଦାସ। ଏଥିସହିତ ଦେଶରେ ନିବେଶ କମିଛି ବୋଲି ସେ କହିଛନ୍ତି। ମାର୍ଚ୍ଚରେ ସିମେଣ୍ଟ ଉତ୍ପାଦନ ୧୯% କମିଛି। ଏହାସହ ଡାଲି ଦର ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି। କରୋନା ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ମହଙ୍ଗା ଦର ନିୟନ୍ତ୍ରଣରେ ରହିବା ଆଶା ରହିଛି। ଅର୍ଥ ବ୍ୟବସ୍ଥା ମଜଭୁତ ପାଇଁ ପ୍ରୟାସ ଚାଲିଛି। ତାଲାବନ୍ଦ ପାଇଁ ଆବଶ୍ୟକତା ଓ ଉତ୍ପାଦନ କମିଛି।

Comments are closed.