Odisha Link
Bridging the Missing Links in Odisha

ଅଭାବନୀୟ ଘଟଣା: ମା’କୁ ପିଟି ପିଟି ମାରିଦେଲେ ୨ ପୁଅ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ସାତଭାୟା ଗାଁ ତଳସାହିରେ ଘଟିଛି ଅଭାବନୀୟ ଘଟଣା। ମା’କୁ ପିଟିି ପିଟି ମାରିଦେଲେ ୨ ପୁଅ। ଏଭଳି ଖବର ଆସିଛି ସାତଭାୟା ଗ୍ରାମରୁ। ମୃତକ ଜଣକ ହେଲେ ତୁଳସୀ ସିଂ।

ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଦୁଇ ପୁଅ, ମା’ ତୁଳସୀଙ୍କ ସହ କୌଣସି କାରଣକୁ ନେଇ ଝଗଡ଼ା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଠ ଫାଳିଆରେ ନିସ୍ତୁକ ମାଡ ମାରିଥିଲେ ଦୁଇ ପୁଅ। ଏହି ସମୟରେ ତୁଳସୀଙ୍କ ସ୍ୱାମୀ ଘରେ ନଥିଲେ। ସେ ଘରକୁ ଫେରିବା ପରେ ତାଙ୍କ ସାନ ପୁଅ ଘଟଣା ସମ୍ପର୍କରେ କହିଥିଲେ।

ପୁଅମାନଙ୍କଠୁ ମାଡ଼ ଖାଇବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ତୁଳସୀ ରାତିରେ ଶୋଇ ପଡ଼ିଥିଲେ। ହେଲେ ସକାଳୁ ଜଣାପଡ଼ିଥିଲା ଯେ ତାଙ୍କର ମୃତ୍ୟୁ ଘଟିଛି। ଏହାପରେ ପୋଲିସ୍‌କୁ ଖବର ଦିଆଯାଇଥିଲା। ପୋଲିସ୍‌ ୨ ପୁଅଙ୍କୁ ଅଟକ ରଖି ପଚରା ଉଚରା କରୁଛି।

Comments are closed.