ଭଲ ଖବର: ସୁସ୍ଥ ହେଲେ ଆଉ ୬୨ ଆକ୍ରାନ୍ତ, ମୋଟ ୪୯୭
ଭୁବନେଶ୍ବର: ରାଜ୍ୟ ପାଇଁ ଏକ ଭଲ ଖବର। ରାଜ୍ୟରେ ଆଉ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୪୯୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୧ ଜଣ, ବାଲେଶ୍ବରରୁ ୫ଜଣ, ରାଉରକେଲାରୁ ୨ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋିଛନ୍ତି। ସେହିପରି ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ଚିକିତ୍ସିତ ମହାରାଷ୍ଟ୍ରର ଜଣେ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Another 62 #Covid19 patients have recovered and are being discharged.
41 are from Ganjam,
15 from Balasore,
2 from Rourkela and
1 each from Bhadrak, Mayurbhanj, Jajpur and Maharashtra (other State patient in our hospital).— H & FW Dept Odisha (@HFWOdisha) May 23, 2020
ରାଜ୍ୟରେ ବର୍ତ୍ତମାନ ୪୯୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ୭୬୫ ଜଣ ଆକ୍ରାନ୍ତ ରାଜ୍ୟ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.