କରୋନା: ରାଜ୍ୟରେ ୧୪ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ଶହ ଟପିଛି। ରାଜ୍ୟରେ ବର୍ତ୍ତମାନ ମୋଟ ୧୪୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪ଜଣ, ଯାଜପୁରରୁ ଜଣେ, ବାଲେଶ୍ବରରୁ ୫ଜଣ, ଭଦ୍ରକରୁ ୮ଜଣ, ଖୋର୍ଦ୍ଧାରୁ ୫ଜଣ, କେନ୍ଦ୍ରାପଡ଼ାରୁ ୧୫ଜଣ, ଜଗତସିଂହପୁରରୁ ୧୦ ଜଣ, ଦେବଗଡ଼ରୁ ୨୨ଜଣ, ବଲାଙ୍ଗୀରରୁ ୮ଜଣ, ମାଲକାନଗିରିରୁ ୯ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତି ଓ କୋରାପୁଟରୁ ୬ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ୧୬ଟି ଜିଲ୍ଲାରେ ମୋଟ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଚନ୍ତି।
ଆଜିର ୧୦୩ ଆକ୍ରାନ୍ତଙ୍କ ମଧ୍ୟରୁ ଦେବଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ଜଣ କ୍ବାରାଣ୍ଟିନ୍ ସେଣ୍ଟରରେ ରହୁଥିବା ବେଳେ ୭ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।
ରାଜ୍ୟରେ ବର୍ତ୍ତମାନ ୧୪୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି। ୫୫୦ ଜଣ ସୁସ୍ଥ ହୋଇଥିବା ବେଳେ ୮୮୧ ଜଣ ସକ୍ରିୟ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.