Odisha Link
Bridging the Missing Links in Odisha

କରୋନା: ଦିନକରେ ସୁସ୍ଥ ହେଲେ ୯୯ ଜଣ

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ଆଜି ପୁଣି ସୁସ୍ଥ ହୋଇଛନ୍ତି ଆଉ ୯୯ ଜଣ। ଫଳରେ ରାଜ୍ୟରେ ୬ଶହ ଟପିଛି ସୁସ୍ଥଙ୍କ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ୬୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ବରରୁ ସର୍ବାଧିକ ୩୪ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜମାରୁ ୧୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁର ଓ କେନ୍ଦ୍ରାପଡ଼ାରୁ ୧୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୧୦ ଓ ଭଦ୍ରକରୁ ୯ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ନୟାଗଡ଼ରୁ ୩ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୬୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.