Odisha Link
Bridging the Missing Links in Odisha

ଏଣିକି ଖାଲି ରହିବ ବିମାନର ମଝି ସିଟ୍‌, ହୋଇପାରିବ ନାହିଁ ବୁକିଂ

ନୂଆଦିଲ୍ଲୀ: ପ୍ରାସ ୨ ମାସ ପରେ ଦେଶରେ ଆଜି ଆରମ୍ଭ ହୋଇଛି ବିମାନ ସେବା। ଅପରପକ୍ଷେ ବିମାନର ମଝି ସିଟ୍‌ ଖାଲି ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ମାନ ଯାତ୍ରା ବେଳେ ସାମାଜିକ ଦୂରତ୍ୱ ପାଳନକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ତିନି ଟିକିଆ ସିଟ୍‌ରେ ତିନିଜଣ ଯାତ୍ରୀଙ୍କୁ ନେଇ ବିମାନ ଯାତ୍ରା କରିପାରିବ । ହେଲେ ୧୦ ଦିନ ଅବଧି ଶେଷ ହେବା ପରେ ଅର୍ଥାତ ଜୁନ୍ ୬ ପରେ ଏହି ନିମୟ ଲାଗୁ ହେବ ନାହିଁ। ଏହାପରଠାରୁ ବିମାନର ମଝି ସିଟ୍ ଖାଲି ରହିବ। ଏଥି ପାଇଁ ବୁକିଂ ହୋଇପାରିବ ନାହିଁ ବୋଲି ସର୍ତ୍ତ ରଖାଯାଇଛି।

ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣକୁ ନେଇ ନୂଆ ଗାଇଡଲାଇନ ଜାରି ସମ୍ପର୍କିତ ଆବେଦନ ଉପରେ ରାୟ ଦେଇଥିବା ବମ୍ବେ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉ କି, ବମ୍ବେ ହାଇକୋର୍ଟଙ୍କ ରାୟକୁ କେନ୍ଦ୍ର ସରକାର ଏବଂ ଏୟାର ଇଣ୍ଡିଆ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Comments are closed.