Odisha Link
Bridging the Missing Links in Odisha

ବିମାନରେ ୧୭୭ ଯୁବତୀଙ୍କୁ କେରଳରୁ ଓଡ଼ିଶା ଆଣୁଛନ୍ତି ସୋନୁ ସୁଡ୍

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପ୍ରତି ପୁଣି ନିଜର ହୃଦୟବତ୍ତା ପ୍ରଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଡ୍। କେରଳରେ ଫସି ରହିଥିବା ୧୭୭ ଜଣ ଓଡ଼ିଆ ଯୁବତୀଙ୍କୁ ବିମାନ ଯୋଗେ ଭୁବନେଶ୍ବର ଆଣିବାର ବ୍ୟବସ୍ଥା କରିଛନ୍ତି ଏହି ଅଭିନେତା।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେରଳର ଏର୍ନାକୁଲମ ସ୍ଥିତ ଏକ କାରଖାନାରେ ସିଲାଇ ଓ ଏମ୍ବ୍ରୋଡୋରୀ କାମ କରୁଥିବା ୧୭୭ ଜଣ ଓଡ଼ିଆ ଝିଅ ଲକ୍‌ଡାଉନ୍‌ କାରଣରୁ ଘରକୁ ଫେରି ନ ପାରି ବେଶ୍‌ ଅସୁବିଧାରେ ଅଛନ୍ତି। କାରଖାନା ବନ୍ଦ ହୋଇ ଯାଇଥିବାରୁ ରୋଜଗାରଶୂନ୍ୟ ଓ ଅର୍ଥାଭାବ ଭିତର ଦେଇ ଗତି କରୁଛନ୍ତି ଏହି ଯୁବତୀମାନେ। ଭୁବନେଶ୍ବରରେ ନିଜର ଜଣେ ବନ୍ଧୁଙ୍କ ଠାରୁ ଏ ନେଇ ସୂଚନା ପାଇବା ପରେ ସହଯୋଗର ହାତ ବଢ଼ାଇଛନ୍ତି ସୋନୁ।

କୋଚି ବିମାନ ବନ୍ଦରରୁ ଭୁବନେଶ୍ବର ମଧ୍ୟରେ ବିମାନ ଚଳାଇବା ପାଇଁ ଆବଶ୍ୟକ ଅନୁମତି ପାଇ ସାରିଛନ୍ତି ସୋନୁ। ବାଙ୍ଗାଲୋରରୁ ଏକ ବିମାନ ବ୍ୟବସ୍ଥା କରାଯାଇଛି। ବିମାନଟି କେରଳର କୋଚି ବିମାନ ବନ୍ଦରରୁ ୧୭୭ ଯୁବତୀଙ୍କୁ ଆଣି ଭୁବନେଶ୍ବର ଆସୁଛି।

ନିକଟରେ ଦାଦନ ଶ୍ରମିକଙ୍କ ପାଇଁ ନିଜ ଖର୍ଚ୍ଚରେ ବସ ଯୋଗାଡ଼ କରି ସୋନୁ, ତାଙ୍କ ପତ୍ନୀ ଓ ପିଲାମାନେ ଚର୍ଚ୍ଚାକୁ ଆସିଥିଲେ। ଓଡ଼ିଶାବାସୀଙ୍କ ପାଇଁ ସୋନୁଙ୍କର ଏ ସେବା ମନଭାବ ପାଇଁ ଓଡ଼ିଶା ଲାଙ୍କ ପରିବାର ପକ୍ଷରୁ ତାଙ୍କୁ ଅଶେଷ କୃତଜ୍ଞତା।

Comments are closed.