Odisha Link
Bridging the Missing Links in Odisha

କ୍ୟାବିନେଟ୍‌ ନିଷ୍ପତ୍ତି: ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତା

ଭୁବନେଶ୍ବର: ଦୀର୍ଘ ଅପେକ୍ଷା ପରେ ଶେଷରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି ଓଡ଼ିଶା ସରକାର। ଆଜି କ୍ୟାବିନେଟ୍‌ ବୈଠକରେ ଏଭଳି ଗୁରୁତ୍ବପୂର୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍‌ରେ ଆଜି କେବଳ ଏହି ଗୋଟିଏ ନିଷ୍ପତ୍ତି ପାରିତ ହୋଇଥିବା ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକ ଆଜି ଅନୁଷ୍ଠିତ ହୋଇଛି। ନୀବନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ରବିବାର ଛୁଟିଦିନରେ ଅନୁଷ୍ଠିତ ଏହି ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ମିଳିବା ନେଇ ନିଷ୍ପତ୍ତି ହୋଇଛି। ରାଜ୍ୟ ସଂଗୀତ ମାନ୍ୟତା ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିଛି।

କାନ୍ତକବି ଲଧ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପାଇଁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା। ଗର ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ପାଇଁ ଓଡ଼ିଆ ଭାଇଭଉଣୀଙ୍କୁ ଏହି ଗୀତ ଗାଇବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଆହ୍ବାନରେ ଉଦବୁଦ୍ଧ ହୋଇ ରାଜ୍ୟ, ଦେଶ ଓ ଦେଶ ବାହାରେ ରହୁଥିବା ଓଡ଼ିଆମାନେ ଏହି ସଂଗୀତ ଗାୟନରେ ସାମିଲ ହୋଇଥିଲେ। ସେତେବେଳେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରସଙ୍ଗ ଜୋର ଧରିଥିଲା।

Comments are closed.