Odisha Link
Bridging the Missing Links in Odisha

୨୪ ଘଣ୍ଟାରେ ୧୧୨ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଫଳରେ ରାଜ୍ୟରେ ୩୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ଆଉ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୧୧୨ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ୍ରାଫ, ଏନଡ଼ିଆରଏଫ ଓ ଅଗ୍ନିଶମର ୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ ଜିଲ୍ଲାରୁ ସର୍ବାଧିକ ୧୫, ମୟୁରଭଞ୍ଜରୁ୭, ଖୋର୍ଦ୍ଧାରୁ ୮, ଗଞ୍ଜାମରୁ ୬, ଅନୁଗୁଳୁରୁ୬, ଗଜପତି, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର ଓ କେନ୍ଦୁଝରରୁ ୫ଜଣ ଲେଖାଏଁ, ନୟାଗଡ଼ରୁ ୪, ସୁନ୍ଦରଗଡ଼ରୁ ୪, ବୌଦ୍ଧରୁ ୩, କଟକରୁ ୩, ମାଲକାନଗିରିରୁ ୩, ଯାଜପୁରରୁ ୩, ଦେବଗଡ଼ରୁ ୨, ଝାରସୁଗୁଡ଼ାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୦୭ ଓ ସ୍ଥାନୀୟ ଅଞ୍ଚଳରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ରାଜ୍ୟରେ ଆଉ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୫ବର୍ଷିୟ ପୁରୁଷ ବୋଲି ସୂଚନା ରହିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ରେ ପହଁଞ୍ଚିଛି। ଗଞ୍ଜାମରରୁ ସର୍ବାଧିକ ୫ ଜଣ ମୃତ୍ୟୁବରଣ କରିଥିବା ବେଳେ ଖୋର୍ଦ୍ଧାରୁ ୪ଜଣ ଓ କଟକରୁ ଜଣେ ମୃତ୍ୟୁ ବରଣ କରିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ମୋଟ ୩୪୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମଧ୍ୟ୍ୟରୁ ୨୩୫୪ ଜଣ ସୁସ୍ଥ ହୋଇଥିବା ବେଳେ ୧୦ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ୧୧୩୧ ସକ୍ରିୟ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.