Odisha Link
Bridging the Missing Links in Odisha

ନୟାଗଡ଼ରେ ୧୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୟାଗଡ଼: ରାଜ୍ୟରେ ଆଜି ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଁଞ୍ଚିଛି। ଏଥିସହିତ ନୟାଗଡ଼ ଜିଲ୍ଲାରୁ ଆଜି ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ନୟାଗଡ଼ରେ ୪ଜଣ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ରେ ପହଁଞ୍ଚିଛି। ଜିଲ୍ଲାରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖା ବଢ଼ୁଥିବା ହେତୁ ଶନିବାର ଓ ରବିବାର ଜିଲ୍ଲା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର।

ଜିଲ୍ଲାରେ ମୋଟ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଆଉ ବାକି ୨୬ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.