Odisha Link
Bridging the Missing Links in Odisha

ଓଡ଼ିଶା ଫେରୁଛନ୍ତି ବିଜୟ ମହାନ୍ତି, କହିଲେ …

ଭୁବନେଶ୍ୱର: ଓଡ଼ିଶା ଫେରୁଛନ୍ତି ଓଡ଼ିଆ ଫିଲ୍ମ ଜଗତର ମହାନ୍‌ ଅଭିନେତା ବିଜୟ ମହାନ୍ତି। ଦୀର୍ଘ ଦିନ ଧରି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବରିଷ୍ଠ ଅଭିନେତା ଆସନ୍ତାକାଲି ଭୁବନେଶ୍ୱରରେ ପହଁଚିବେ।। ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରୁଛନ୍ତି ବୋଲି ସୂଚନା ମିଳିଛି। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ ବୋଲି ସୂଚନା ରହିଛି।

ବିଜୟ ମହାନ୍ତିଙ୍କୁ ଭୁବନେଶ୍ୱର ଆଣିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି ଅଭିନେତା ଅଖିଳ ପଟ୍ଟନାୟକ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହଯୋଗ କ୍ରମେ ଏକ ଡାକ୍ତରୀ ଟିମ୍ ହାଇଦ୍ରାବାଦ ଯାଇ ବିଜୟଙ୍କୁ ଭୁବନେଶ୍ୱର ଆଣୁଛନ୍ତି। ପ୍ରାୟ ୨୦ ଘଣ୍ଟାର ଲମ୍ବା ଯାତ୍ରା ଥିବାରୁ ଆବଶ୍ୟକ ସ୍ଥଳେ ତାଙ୍କୁ ବିଶାଖାପାଟଣା କିମ୍ବା ଆଖପାଖ ହସ୍ପିଟାଲରେ ବିଶ୍ରାମ ପାଇଁ ମଧ୍ୟ ରଖିବାର ବନ୍ଦୋବସ୍ତ କରାଯାଇଛି । ବିଜୟଙ୍କୁ ଏୟାର ଆମ୍ବୁଲାନ୍ସରେ ଆଣିବା ପାଇଁ ପ୍ରଥମେ ବିଚାର କରାଯାଉଥିଲା। ତେବେ ଏହା ଅଧିକ ବ୍ୟୟ ବହୁଳ ଥିବାରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଭୁବନେଶ୍ୱର ଆଣିବାକୁ ନିଷ୍ପତି ହୋଇଥିଲା। ବିଜୟ ମହାନ୍ତି ରବିବାର ୧୦ଟାରୁ ୧୧ଟା ଭିତରେ ଭୁବନେଶ୍ୱର ପହଁଞ୍ଚିବେ।

ବିଜୟ ମହାନ୍ତି ମଧ୍ୟ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ହ୍ୟାଲୋ ମୁଁ ଆସୁଛି ଭୁବନେଶ୍ବର। ଯାହା ଏବେ ସୋଶିଆଲ ମଡିଆରେ ଭାଇରାଲ ହୋଇଛି।

https://www.facebook.com/OdishaLink/videos/1536460666515998/?eid=ARAYKAHiGYRaABcn-Cpueca0oQW1uCSmx3OAxWHLAZ-1JrC6xugKW4WrYLiEcP4mFfoE-kcqhW2ztuZk

Comments are closed.