Odisha Link
Bridging the Missing Links in Odisha

ଖବରକାଗଜ ପିଡିଏଫ୍ ସୋସିଆଲ ମିଡିଆରେ ସେୟାର କରିବା ଅବୈଧ

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ଖବରକାଗଜ ଶିଳ୍ପକୁ ବହୁତ କ୍ଷତି ହୋଇଛି। ଏପରିକି ଲକ୍‌ଡାଉନ୍‌ ମଧ୍ୟର ସୋସିଆଲ ମିଡିଆରେ ଘୁରି ବୁଲୁଛି ଖବରକାଗଜ ପିଡିଏଫ୍‌ ଫାଇଲ୍। ବର୍ତ୍ତମାନ ସମୟରେ ହ୍ବାଟସଅପ୍‌ ଗ୍ରୁପରେ ଦୈନିକ ଖବରକାଗଜ ପିଡଏଫ୍‌ ଫାଇଲ ବହୁଳ ପରିମାଣରେ ସେୟାର ହେବାରେ ଲାଗିଛି। ପାଠକ ମାନେ ଏହାକୁ ଡାଉନଲୋଡ କର ପଢ଼ୁଛନ୍ତି। ଆପଣମାନେ ଯଦି ଡାଉନଲୋଡ କରି ପଢ଼ୁଛନ୍ତି ତେବେ ବନ୍ଦ କରନ୍ତୁ। କାରଣ ଏହା କେବଳ ‌ଅନୈତିକ ନୁହେଁ ବରଂ ବେଆଇନ ମଧ୍ୟ। ଏପରି କିଛି କହିଛନ୍ତି ବରିଷ୍ଠ ଆଇନଜୀବୀ।

ଖବରକାଗଜଗୁଡ଼ିକ ଏହାର ଇ-ପେପର୍‌ ଏବଂ ସମସ୍ତ ବିଷୟବସ୍ତୁର କପିରାଇଟ୍‌ ମାଲିକ ଅଟନ୍ତି। ତେଣୁ ଇ-ପେପର୍‌କୁ କପି କରିବା ଏବଂ ଏହାକୁ ସୋସିଆଲ୍‌ ମିଡିଆରେ ପ୍ରସ‌ାର କରିବା କପିରାଇଟ୍‌ ଆଇନର ଉଲ୍ଲଂଘନ କରୁଛି। ଏହି କପିଗୁଡ଼ିକ ଅନେକ ସମୟରେ ପିଡିଏଫ୍‌ ଫର୍ମାଟ୍‌ରେ ଥାଏ । ତେବେ ଶିଳ୍ପସଂସ୍ଥା ବିଶେଷଜ୍ଞମାନେ କହିଛନ୍ତି, ଏଥିରେ ଅନେକ ସମୟରେ ଭୁଲ୍‌ ଖବର ଆସିବା ସମ୍ଭାବନା ରହୁଛି। ଏହାକୁ ନେଇ ଗୁଡ଼ାଏ ଆଇନଗତ ସମସ୍ୟା ବି ସୃଷ୍ଟି ହୋଇପାରେ।

ବରିଷ୍ଠ ଆଇନଜୀବୀ ଚନ୍ଦେର ଲାଲ୍‌ କହିଛନ୍ତି ଯେ, ଏହା କପିରାଇଟ୍‌ ଆଇନର ସ୍ପଷ୍ଟ ଉଲ୍ଲଂଘନ କରୁଛି। ତାଙ୍କ ମତରେ ଏକାବେଳେ ଅନେକଙ୍କୁ ହ୍ବାଟ୍ସଆପ୍‌ ଫରୱାର୍ଡ କରିବା ଏବଂ ୱେବସାଇଟ୍‌ରେ ତୃତୀୟ ପକ୍ଷଙ୍କ ବିଷୟବସ୍ତୁ ଅପ୍‌ଲୋଡ୍‌ କରିବା ବ୍ୟକ୍ତିଗତ ନୁହେଁ। ଆଇନ ଅନୁଯାୟୀ ଖବରକାଗଜର ଏକ ସ୍ବତନ୍ତ୍ର ଅଧିକାର ରହିଛି ଏବଂ ଏହି ସ୍ବତନ୍ତ୍ର ଅଧିକାର ବଳରେ ଖବରକାଗଜ ସଂସ୍ଥା ସେମାନଙ୍କ କାର୍ଯ୍ୟକୁ ବଦଳାଇ ପାରିବେ। କିନ୍ତୁ ଅନ୍ୟ ବ୍ୟବହାରକାରୀ ଏହାକୁ ଡାଉନ୍‌ଲୋଡ୍‌ କରିବା ଆଇନର ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି।

ତେବେ ଇ-ପେପର୍‌କୁ ଏଭଳି ଚୋରି କରିବା ପ୍ରସଙ୍ଗକୁ ଆଇଏନ୍‌ଏସ କଡ଼ା ସମାଲୋଚନା କରିବା ସହ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହାଦ୍ବାରା ମିଥ୍ୟା ଖବର ସମସ୍ୟା ବଢ଼ିବା ସହ ଗ୍ରାହକଙ୍କଠାରୁ ରାଜସ୍ବ ଆଦାୟ ମଧ୍ୟ ବାଧାପ୍ରାପ୍ତ ହେବ ବୋଲି ଆଇଏନ୍‌ଏସ ପକ୍ଷରୁ କୁହାଯାଇଛି। ଅନେକ ପ୍ରକାଶକ ମଧ୍ୟ ଏହି ଅଭ୍ୟାସକୁ ସମାଲୋଚନା କରିଛନ୍ତି।

Comments are closed.