Odisha Link
Bridging the Missing Links in Odisha

ପାକିସ୍ତାନ: ଭାରତୀୟ ଦୂତବାସର ୨ ଅଫିସର ନିଖୋାଜ

ନୂଆଦିଲ୍ଲୀ: ପାକିସ୍ତାନ ରାଜଧାନୀରେ ଥିବା ଭାରତୀୟ ଦୂତବାସର ୨ ଅଫିସର ନିଖୋଜ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସକାଳ ୮ଟା ୩୦ ମିନିଟ ସମୟରୁ ୨ଜଣ ଅଫିସର ନିଖୋଜ ଅଛନ୍ତି। ଏନେଇ ପାକିସ୍ତାନ ନିକଟରେ ଅଭିଯୋଗ କରିଛି ଭାରତ।

ସୂତ୍ରରୁ ଖବର ମିଳିଛି କି, ପାକିସ୍ତାନରେ ଥିବା ଭାରତୀୟ ଦୂତବାସର ୨ ଅଧିକାରୀ ଗତ ୩ଘଣ୍ଟା ଧରି ନିଖୋଜ ଅଛନ୍ତି। ସେମାନଙ୍କର ସନ୍ଧାନ କରାଯାଉଛି । ୨ ଘଣ୍ଟା ହେବ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇନଥିବା ବେଳେ ତାଙ୍କ ଡ୍ରାଇଭରକୁ ମଧ୍ୟ ଖୋଜାଚାଲିଛି। ଏହି ଘଟଣା ପୂର୍ବରୁ ଇସଲାମାବାଦରେ ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରାଯାଇଥିବା ଖବର ପ୍ରକାଶ ପାଇଥିଲା।

ସୂଚନାଥାଉକି, କିଛିଦିନ ତଳେ ଭାରତର ରାଜଧାନୀ ଦିଲ୍ଲୀରେ ପାକିସ୍ତାନ ଦୂତବାସର ୨ ଅଫିସର ଗୁପ୍ତଚର କାର୍ଯ୍ୟ କରୁଥିବା ବେଳେ ଧରାପଡ଼ିଥିଲେ।

Comments are closed.