Odisha Link
Bridging the Missing Links in Odisha

ରଜ ସଂକ୍ରାନ୍ତିରେ ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ: ଆଜି ହେଉଛି ପବିତ୍ର ରଜ ସଂକ୍ରାନ୍ତି। ହେଲେ ଆଜି ସକାଳୁ ସକାଳୁ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଯାଇଛି ପତିତପାବନ ବାନା। ଆଜି ସକାଳୁ ପୁରୀରେ ଘଡ଼ଘଡ଼ି ସହ ପବନ ଓ ମୁଷଳ ଧାରାରେ ବର୍ଷା ହୋଇଥିଲା। ପ୍ରାୟ ୧ ଘଣ୍ଟା ଧରି ଘଡ଼ଘଡ଼ି ସହ ବର୍ଷା ପବନ ସମୟରେ ନୀଳଚକ୍ରରେ ବନ୍ଧାଯାଇଥିବା ବାଉଁଶ ସହ ବାନା କେଉଁଆଡ଼େ ଉଡ଼ିଯାଇଛି।

ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ନାନା ପ୍ରକାର ଚର୍ଚ୍ଚା ହେଉଛି। କେହି କେହି ଏହାକୁ ଅଶୁଭ ସଙ୍କେତ ବୋଲି କହୁଥିବା ବେଳେ ଆଉ କେହି ପ୍ରାୟ ୩ ମାସ ହେବ ଶ୍ରୀମନ୍ଦିରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବାରୁ ଏଭଳି ଅଘଟଣା ବାରମ୍ବାର ଘଟୁଛି ବୋଲି ଆଲୋଚନା କରୁଛନ୍ତି। ତେବେ ମୁଖ୍ୟ ବାନା ଉଡ଼ିଯାଇଥିଲେ ମଧ୍ୟ ନୀଳଚକ୍ରରେ ସଂଲଗ୍ନ ଅନ୍ୟ ଛୋଟ ବାନା ଥିବାରୁ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ସୂଚନା ଥାଉ କି ପୂର୍ବରୁ ନିଳଚକ୍ରରେ ଲାଗିଥିବା ବାନାରେ ନିଆଁ ଲାଗିଯାଇଥିଲା ଗୋଟେ ଦିନ। ଏପରିକି ବଡ଼ ଠାକୁର ସ୍ନାନଯାତ୍ରା ସମୟରେ ଭକ୍ତଙ୍କୁନ ପାଇ ନିଜର ଦୁଃଖ ଜଣାଇଥିଲେ। ଯାହାର ଫଟୋ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଅପରପକ୍ଷେ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମୁଖ ସୁଖରେ ନାହିଁ ବୋଲି ଅଣସର ନୀତି ରେ ନିୟୋଜିତ ସେବାୟତ କହିଛନ୍ତି।

Comments are closed.