Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ୨୪ ଘଣ୍ଟାରେ ୮ ଆତଙ୍କବାଦୀ ସଫା

ଶ୍ରୀନଗର: ଭାରତୀୟ ସେନା ଓ ସ୍ଥାନୀୟ ପୋଲିସକୁ ବଡ଼ ସଫଳତା। ଜମ୍ମୁ କଶ୍ମୀରରେ ୨୪ ଘଣ୍ଟାରେ ୨ ଟି ଭିନ୍ନ ଭିନ୍ନ ଜାଗାରେ ଅପରେଶନ କରି ୮ ଆତଙ୍କବାଦୀଙ୍କୁ ସଫା କରିଛି ଭାରତୀୟ ସୁରକ୍ଷାବଳ। ସୋପିୟାର ମୁନାନ୍ଦ ଅଞ୍ଚଳରେ ୫ ଜଣ, ଅବନ୍ତିପୋରାରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ସୂଚନାଥାଉକି, ସୋପିୟାରେ ହୋଇଥିବା ସଂଘର୍ଷରେ ଆତଙ୍କବାଦୀମାନେ ଏକ ମସ୍‌ଜିଦ୍‌ରେ ଲୁଚିଥିଲେ। ସେନା ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ବୁଝାଇଥିଲା। ସେମାନେ ନମାନିବାରୁ ବାଧ୍ୟ ହୋଇ ମସ୍‌ଜିଦ୍‌ରେ ପଶିଥିଲା ସେନା। ଗୁରୁବାର ସକାଳ ଠାରୁ ଏହି ଆତଙ୍କବାଦୀମାନେ ମସ୍‌ଜିଦ୍‌ରେ ପଶିଥିଲେ।

ଏପରିକି ଚଳିତ ମାସରେ ୩୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିହତ ହୋଇଛନ୍ତି। ୧୮ ଦିନରେ ଆଜି ୧୧ ସୁରକ୍ଷାବଳ ପକ୍ଷରୁ ୧୧ ତମ ଏନକାଉଣ୍ଟର ଥିଲା। ଏହା ପୂର୍ବରୁ ୯ଟି ଏନକାଉଣ୍ଟରରେ ୨୮ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିଲା। ଏଥିସହିତ ପାକିସ୍ତାନରୁ ଅପରେଟ ହେଉଥିବା ନାର୍କୋ ଟେଷ୍ଟ ର‍୍ୟାକେଟ ମଧ୍ୟ ଧରା ପଡ଼ିଛି।

ବିଗତ ୧୬ ଦିନରେ ୯ ଏନକାଉଣ୍ଟର କରିଛି ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ୍‌। ଫଳରେ ୨୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

ଜୁନ୍‌ ୧: ନୋଶେରା ସେକ୍ଟରରେ ୩ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିଥିଲା ଭାରତୀୟ ସୁରକ୍ଷା ବଳ।
ଜୁନ୍‌ ୨: ପୁଲଓ୍ବାମା ଟ୍ରାଲ ଅଞ୍ଚଳରେ ୨ ଆତଙ୍କବାଦୀ ମୃତ୍ୟୁ।
ଜୁନ୍‌ ୩: ପୁଲଓ୍ବାମାର କଙ୍ଗନ ଅଞ୍ଚଳରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ।
ଜୁନ୍‌ ୫: ରାଜୋରୀ ଜିଲ୍ଲାର କାଳାକୋଟା ଅଞ୍ଚଳରେ ଜଣେ ଆତଙ୍କବାଦୀ ନିହଜ ହୋଇଥିଲେ।
ଜୁନ୍‌ ୭: ଶୋପିଆନ୍‌ର ରେବାନ୍ ଗାଁରେ ୫ ଆତଙ୍କବାଦୀ ନିହତ ହୋଇଥିଲେ।
ଜୁନ୍‌ ୮: ଶୋପିଆନ୍‌ର ପିଞ୍ଜୋରା ଅଞ୍ଚଳରେ ୪ ଆତଙ୍କବାଦୀ ନିହତ ହୋଇଥିଲେ।
ଜୁନ୍‌ ୧୦: ଶୋପିଆନ୍ ର ସୁଗୁ ଅଞ୍ଚଳରେ ୫ ଆତଙ୍କବାଦୀ ନିହତ ହୋଇଥିଲେ।
ଜୁନ୍‌ ୧୩: କୁଲଗାମର ନିପୋରା ଅଞ୍ଚଳରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।
ଜୁନ୍‌ ୧୬: ଶୋପିଆନ୍ ର ତୁର୍କଭଙ୍ଗମ୍ ଅଞ୍ଚଳରେ ୩ ଆତଙ୍କବାଦୀ ନିହତ ହୋଇଥିଲେ।

Comments are closed.