Odisha Link
Bridging the Missing Links in Odisha

କରୋନା: ଆଉ ୧୬୫ ଆକ୍ରାନ୍ତ ଚିହ୍ନଟ, ମୋଟ ୪୬୭୭

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ଆଉ ୧୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଁଞ୍ଚିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୪୦ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରର ହୋଇଥିବା ବେଳେ ଆଉ ୨୫ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ରହିଛି। ଆଜି ଖୋର୍ଦ୍ଧାରୁ ୮, ଯାଜପୁର-୮, ନବରଙ୍ଗପୁର-୩, ନୟାଗଡ଼-୧, ପୁରୀ-୭, କଟକ-୨୦, ଜଗତସିଂହପୁର-୧, ଝାରସୁଗୁଡା-୨, ଅନୁଗୁଳ-୧, ବାଲେଶ୍ୱର-୨୧, ମାଲକାନଗିରି-୧, ଗଞ୍ଜାମ-୪୧, ଗଜପତି-୨୮, ସୁନ୍ଦରଗଡ-୬, ବଲାଙ୍ଗୀର-୨, ମୟୂରଭଞ୍ଜ-୩, କୋରାପୁଟ-୧ ଚିହ୍ନଟ ହୋଇଛନ୍ତି। ଏଥିସହିତ ଅମ୍ପାନ୍‌ ଡ୍ୟୁଟିରେ ଯାଇଥିବା କର୍ମଚାରୀଙ୍କ ମଧ୍ୟରୁ ୧୧ ଜଣ ପିଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ ହୋଇଥିବା ବେଳେ ୩୧୪୪ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ଛୁଇଁଛି।

Comments are closed.