କରୋନା: ଆଉ ୨୪୫ ପଜିଟିଭ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।
ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ୨, ବରଗଡ଼ ଜିଲ୍ଲାର ୧୦, ଭଦ୍ରକ ଜିଲ୍ଲାର ୨, କଟକ ଜିଲ୍ଲାର ୭, ଢେଙ୍କାନାଳ ଜିଲ୍ଲାର ୩, ଗଜପତି ଜିଲ୍ଲାରେ ୭, ଗଞ୍ଜାମ ଜିଲ୍ଲାର ୯୬, ଜଗତସିଂହପୁର ଜିଲ୍ଲାର ୯, ଯାଜପୁର ଜିଲ୍ଲାର ୪୦, ଝାରସୁଗୁଡା ଜିଲ୍ଲାର ୧, କେନ୍ଦ୍ରାପଡା ଜିଲ୍ଲାର ୮, କେନ୍ଦୁଝର ଜିଲ୍ଲାରେ ୭, ଖୋର୍ଦ୍ଧା ଜିଲ୍ଲାର ୨୮, ମୟୁରଭଞ୍ଜ ଜିଲ୍ଲାର ୫, ନବରଙ୍ଗପୁର ଜିଲ୍ଲାର ୭, ନୟାଗଡ଼ ଜିଲ୍ଲାରେ ୩, ରାୟଗଡ଼ାରୁ ୧, ସୋନପୁର ଜିଲ୍ଲାର ୧, ସୁନ୍ଦରଗଡ଼ର ୬, ଅଗ୍ନିଶମ ବିଭାଗ ରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ବର୍ତ୍ତମାନ ମୋଟ ୬୮୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ମଧ୍ୟରୁ ୪୭୪୩ ଜଣ ସୁସ୍ଥ ହୋଇଛନ୍ତି। ୨୦୮୬ ଜଣ ଏବେ ବି ସକ୍ରିୟ ଅଛନ୍ତି ଏବଂ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।