Odisha Link
Bridging the Missing Links in Odisha

ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ବିରୋଧରେ ଅଭିଯାନ ଆରମ୍ଭ କଲେ ରାହୁଲ, କହିଲେ..

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶ ମହାମାରୀ କରୋନା ସଙ୍କଟ ଦେଇ ଗତି କରୁଛି। ଲକ୍‌ଡାଉନ୍‌ ଯୋଗୁଁ ଠପ୍‌ ହୋଇଥିବା ବେପାର ସବୁ ଅଣ୍ଟା ସଳଖ କରିବାକୁ ଲାଗିଛନ୍ତି। ଏସବୁ ମଧ୍ୟରେ ବିଗତ ୩ ସପ୍ତାହ ହେବ ଦେଶରେ କ୍ରମାଗତ ଭାବେ ତେଲ ଦର ବେଲଗାମ ହୋଇଛି। ଯାହାକୁ ନେଇ ଦେଶବାସୀ ଚିନ୍ତିତ। ଏସବକୁ ନଜରରେ ରଖି କଂଗ୍ରେସ ଆଜିଠାରୁ ତେଲ ଦର ବୃଦ୍ଧି ପ୍ରସଙ୍ଗ ରଖି ବିରୋଧ ପ୍ରଦର୍ଶନ ଆରମ୍ଭ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସକାଳୁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ କହିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି।

ଆଜି ଏକ ଭିଡିଓ ସେୟାର କରି ରାହୁଲ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି ଯେ ଆସନ୍ତୁ #SpeakUpAgainstFuelHike ଅଭିଯାନରେ ଯୋଗଦେବା। ସୂଚନାଥାଉକି ଆଜି ସକାଳ ୧୦ ଟାରେ କଂଗ୍ରେସ ପାର୍ଟି ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଛି।

ଏହା ବ୍ୟତୀତ ସମସ୍ତ କଂଗ୍ରେସ ନେତା, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଏହି ପ୍ରସଙ୍ଗରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ଅପଲୋଡ୍ କରିବେ। ଏହା ପୂର୍ବରୁ ସହିଦ ସୈନିକ ଏବଂ ଚୀନ୍ ପ୍ରସଙ୍ଗରେ କଂଗ୍ରେସ ଦଳ ଏହି ପନ୍ଥା ଅବଲମ୍ବନ କରିଥିଲା।

Comments are closed.