୨୩ ଜିଲ୍ଲାରୁ ୬୪୭ ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ। ରାଜ୍ୟର ୨୩ଟି ଜିଲ୍ଲାରୁ ୬୪୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୭୫୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୩୧ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ହୋଇଥିବା ବେଳେ ୨୧୬ ଜଣ ସ୍ଥାନୀୟ ବାସିନ୍ଦା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଦିନ ପରି ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧକ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୁଳ ୩୭, ବାଲଶ୍ୱର ୪୦, ବରଗଡ ୪, ଭଦ୍ରକ ୧୨, ବଲାଙ୍ଗୀର ୫, କଟକ ୮୦, ଢେଙ୍କାନାଳ ୧୦, ଜଗତସିଂହପୁର ୭, ଯାଜପୁର ୨, କନ୍ଧମାଳ ୫, କେନ୍ଦ୍ରାପଡା ୧୩, ଖୋର୍ଦ୍ଧା ୬୮ କେନ୍ଦୁଝର ୮, କୋରାପୁଟ ୨୮, ମାଲକାନଗିରି ୧୦, ମୟୂରଭଞ୍ଜ ୩, ନବରଙ୍ଗପୁର ୨, ନୟାଗଡ ୪, ରାୟଗଡା ୪୭, ସମ୍ବଲପୁର ୧୦, ସୋନପୁର ୧, ସୁନ୍ଦରଗଡରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି।
6. Cuttack: 84
7. Dhenkanal: 10
8. Ganjam: 225
9. Jagatsinghpur: 7
10. Jajpur: 2
11. Kandhamal: 5
12. Kendrapada: 13
13. Khurda: 68
14. Keonjhar: 8
15. Koraput: 28
16. Malkangiri: 10
17. Mayurbhanj: 3
18. Nawarangpur: 2
19. Nayagarh: 4
20. Rayagada: 47
21. Sambalpur: 10— I & PR Department, Odisha (@IPR_Odisha) July 21, 2020