Odisha Link
Bridging the Missing Links in Odisha

ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ

ଭୁବନେଶ୍ବର: ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବା ନେଇ ତାଙ୍କର ସଂପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ଦେଇଛନ୍ତି। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ।

୧୯୭୬ ମସିହା ବ୍ୟାଚର ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ ରହି ଦାୟିତ୍ବ ନିର୍ବାହ କରିଥିଲେ। ସେ ଓଡ଼ିଶା ଜୁଡୋ ଆସୋସିଏସନର ମଧ୍ୟ ଅଧ୍ୟକ୍ଷ ଥିଲେ। ଜଣେ ଦକ୍ଷ ପ୍ରଶାସକ, ସଂସ୍କୃତିପ୍ରେମୀ ଓ କ୍ରୀଡ଼ାପ୍ରେମୀ ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି।

Comments are closed.