Odisha Link
Bridging the Missing Links in Odisha

ବିଧାନସଭା: ୫ କର୍ମୀଙ୍କୁ କରୋନା, ୩୧ ଯାଏଁ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟ ବିଧାନସଭାର ୫ ଜଣ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ୩ ଦିନ ତଳେ ସେମାନଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ସହିତ ବିଧାନସଭାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ବାଚସ୍ପତି ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବିଧାନସଭାକୁ ସାନିଟାଇଜ କରାଯିବ। ସେହିପରି ସଂକ୍ରମିତ ୫ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ ପରୀକ୍ଷା କରାଯିବ ବୋଲି କୁହାଯାଇଛି।

ବାଚସ୍ପତିଙ୍କ ସୂଚନା ଅନୁସାରେ, କିଛି ଦିନ ତଳେ ବିଧାନସଭାର ଏକ କମିଟି ବୈଠକ ହୋଇଥିଲା। ବୈଠକରେ ଉପସ୍ଥିତ ଥିବା ଜଣେ ବିଧାୟକଙ୍କ ସ୍ବାବ୍‌ ପରୀକ୍ଷା କରାଯିବା ପରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ସମସ୍ତ କର୍ମଚାରୀଙ୍କୁ ପରୀକ୍ଷା କରାଇବାକୁ କୁହାଯାଇଥିଲା। ୩ ଦିନ ତଳେ କର୍ମଚାରୀମାନେ ପରୀକ୍ଷା କରାଇଥିଲେ। ଆଜି ସେମାନଙ୍କ ମଧ୍ୟରୁ ୫ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂଚନା ଦେଇଛନ୍ତି।

Comments are closed.