Odisha Link
Bridging the Missing Links in Odisha

ରାଜଧାନୀରେ ଅଣାୟତ୍ତ କରୋନା ସଂକ୍ରମଣ, ଆଜି ୨୧୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଆଜି ଭୁବନେଶ୍ବରରୁ ଆଉ ୨୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୩୬୫ରେ ପହଁଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ ସ୍ଥାନୀୟ ବାସିନ୍ଦା। ଅପରପକ୍ଷେ ୧୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଏନେଇ ଟୁଇଟ ଯୋଗେ ସୂଚନା ଦେଇଛି ବିଏମ୍‌ସି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୩୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ କେବଳ ବିଏମ୍‌ସି ଅଞ୍ଚଳରୁ ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାୟାବାବା ମଠ ନିକଟ ୟୁନିଟ-୯ ବସ୍ତିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆସାହିରୁ ୧୧, ଏକ ଘରୋଇ ହସ୍ପିଟାଲର ୧୧ କର୍ମଚାରୀ, ଆଇଗିଣିଆ ଆଳୁଗଦିରୁ ୧୦, ଏକ ଘରୋଇ ହସ୍ପିଟାଲର ୬ କର୍ମଚାରୀ, ବିଶ୍ୱେଶ୍ୱରୀ ବସ୍ତିରୁ ୫, ଗ୍ୟାରେଜ ଛକରୁ ୫, ୟୁନିଟ-୩ ମାଳି କଲୋନୀରୁ ୪ ଓ ୟୁନିଟ-୩ ମାଳିସାହିରୁ ୪ ଚିହ୍ନଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୪୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୦୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Comments are closed.