କୋରାପୁଟ ଜିଲ୍ଲା ୪୮ ଘଣ୍ଟା ପାଇଁ ସଟ୍ଡାଉନ୍

କୋରାପୁଟ: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଆଜି କରୋପାଟୁ ଜିଲ୍ଲାରୁ ୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ନଜରରେ ରଖି କରୋପୁଟ ଜିଲ୍ଲାପାଳ ନେଇଛନ୍ତି ବଡ଼ ପଦକ୍ଷେପ। କୋରାପୁଟ ଜିଲ୍ଲାକୁ ୪୮ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି କୋରାପୁଟ ଜିଲ୍ଲାପାଳ।
ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ମଧ୍ୟରାତ୍ର ଯାଏ ଜିଲ୍ଲା ସଟ୍ଡାଉନ୍ କଟକଣା ଜାରି ରହିବ। ଆଜି ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯୦ରେ ପହଞ୍ଚିଛି। ସେଥିମଧ୍ୟରୁ ୨୨୦ ଜଣ ସୁସ୍ଥ ହୋଇ ସାରିଲେଣି, ୪୭୦ ଜଣ ଚିକିତ୍ସିତ ହେଉଛନ୍ତି।