ଅଯୋଧ୍ୟା ପରି ନେପାଳରେ ହେବ ଭବ୍ୟ ରାମ ମନ୍ଦିର, ପିଏମ୍ ଓଲିଙ୍କ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଥିଲା ଭବ୍ୟ ରାମ ମନ୍ଦିର ଭୂମି ପୂଜନ ଉତ୍ସବ। ଏହାର ୫ଦିନ ନଜାଉଣୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ଦେଶରେ ପ୍ରଭୁ ରାମଙ୍କର ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ମନ୍ଦିର କରିବା ପାଇଁ କହିଛନ୍ତି।
ଏହାପୂର୍ବରୁ ଶ୍ରୀ ଓଲି କହିଥିଲେ ଯେ, ନେପାଳର ଠୋରି ନିକଟସ୍ଥ ଅଯୋଧ୍ୟାପୁରୀ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି। ଓଲିଙ୍କ ଏଭଳି ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ବିରୋଧ କରାଯାଇଥିଲା। ଏପରିକି ନେପାଳର ବିଭିନ୍ନ ରାଜନୈତିକ ଦଳଙ୍କ ସମେତ ସାଧାରଣ ଜନତା ବିରୋଧ କରିଥିଲେ। ବିରୋଧ ସତ୍ତ୍ବେ ଓଲି ତାଙ୍କ କଥାରେ ଅଟଳ ରହି ଅଯୋଧ୍ୟାପୁରୀରେ ଅଯୋଧ୍ୟା ପରି ଭବ୍ୟ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଯୋଜନା ଚଲାଇଛନ୍ତି।
ନେପାଳର ସରକାରୀ ନ୍ୟୁଜ ଏଜେନ୍ସି ରାଷ୍ଟ୍ରୀୟ ସମାଚାର ସମିତି ମୁତାବିକ ପିଏମ୍ ଓଲି ଫୋନ ମାଧ୍ୟମରେ ଠୋରି ଓ ମାଡିର ଜନପ୍ରତିନିଧିଙ୍କୁ କାଠମାଣ୍ଡୁ ଡକାଇ ଭଗବାନ ରାମଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ସମସ୍ୟ ଆବଶ୍ୟକତା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେିଛନ୍ତି। ଏପରକିକି ଠୋରି ନିକଟରେ ଅବସ୍ଥିତ ମାଡି ନଗରପାଳିକାକୁ ଅଯୋଧ୍ୟାନଗରୀ ନାମରେ ନାମିତ କରିବାକୁ ମଧ୍ୟ ଓଲି କହିଛନ୍ତି।
ଏଥିସହିତ ମାଡି ଅଞ୍ଚଳର ଚାରିପାଖରେ ସ୍ଥାନ ଅଧିଗ୍ରହଣ କରି ଅଯୋଧ୍ୟା ଭଳି ବିକଶିତ କରିବା, ଏବଂ ରାମଙ୍କ ଜନ୍ମସ୍ଥାନରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବା ଏବଂ ରାମ-ସୀତା ଏବଂ ଲକ୍ଷ୍ମଣଙ୍କ ଏକ ବଡ଼ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ କୁହାଯାଇଛି। ଏପରିକି ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ନେପାଳ ସରଙ୍କାର ପକ୍ଷରୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ମଧ୍ୟ ଦିଆଯାଇଥିବା ସୂଚନା ରହିଛି।