ନ୍ୟୁର୍ୟକରେ ଉଡ଼ିବ ତ୍ରିରଙ୍ଗା

ଓଏଲ୍ ବ୍ୟୁରୋ: ଆଗକୁ ସ୍ବାଧୀନତା ଦିବସ। ସାରା ଭାରତ ପାଳନ କରିବ ୭୪ ତମ ସ୍ବାଧୀନତା ଦିବସ। ସ୍ବାଧୀନତା ଦିବସ ଆଉ ଏକ ଗୌରବମୟ ମୁହୂର୍ତ୍ତ ନେଇ ଆସୁଛନ୍ତି ପ୍ରବାସୀ ଭାରତୀୟ। ଆମେରିକାର ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ପ୍ରଥମ ଥର ପାଇଁ ଭାରତର ସ୍ବାଧୀନତା ଦିବସ ପାଳନ ହେବ। ଫେଡ଼େରେସନ ଅଫ୍ ଇଣ୍ଡିଆନ ଆସୋସିଏସନ (ଏଫ୍ଆଇଏ) ଏହି କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ସୂଚନା ମିଳିଛି । ପ୍ରଥମଥର ପାଇଁ କୌଣସି ଦେଶର ସ୍ବାଧୀନତା ଦିବସ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ପାଳିତ ହେବ ଓ ଜାତୀୟ ପତାକା ଉତ୍ତୋଳନ କରାଯିବ।
ଏଫ୍ଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନ୍ୟୂୟର୍କରେ ଭାରତୀୟ ମହାବାଣିଜ୍ୟ ଦୂତ ରଣଧୀର ଜୟସୱାଲ ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ରୂପେ ଯୋଗଦେବେ। ପ୍ରଥମଥର ପାଇଁ ଭାରତର ସ୍ବାଧୀନତା ଦିବସରେ ଟାଇମ୍ସ ସ୍କୋୟାରରେ ଭାରତୀୟ ଜାତୀୟ ପତାା ଉତ୍ତୋଳନ ହେବ ଏବଂ ଏହାବ୍ୟତୀତ ଭାରତୀୟ ସଂସ୍କୃତି ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହାବ୍ୟତୀତ ଏମ୍ପାୟର ଷ୍ଟେଟ ବିଲଡ଼ିଂରେ ପ୍ରୋଜେକ୍ଟର ସହାୟତାରେ ଭାରତର ସ୍ବାଧୀନତା ସଂଗ୍ରାମ ସହ ଜଡ଼ିତ ବିଷୟ ଓ ସ୍ବାଧୀନୋତ୍ତର ଭାରତର ପ୍ରଗତି ମଧ୍ୟ ପ୍ରଦର୍ଶିତ ହେବ। ଏହି ଅଟ୍ଟାଳିକାକୁ ଭାରତର ସ୍ବାଧୀନତା ଦିବସ ନିମନ୍ତେ ତିନି ରଙ୍ଗର ଆଲୋକରେ ସଜ୍ଜିତ କରାଯିବ।
https://twitter.com/IndiainNewYork/status/1292867988102807552
ଲାଇଭ୍ ମିଣ୍ଟର ରିପୋର୍ଟ ଅନୁସାରେ ଏମ୍ପାୟାର ଷ୍ଟେଟ ବିଲଡ଼ିଂକୁ ୧୪ ଅଗଷ୍ଟରୁ ତିନି ରଙ୍ଗରେ ସଜାଇ ଦିଆଯିବ। ଭାରତ-ଆମେରିକା ଦୃଢ଼ ସମ୍ପର୍କର ଝଲକ ଟାଇମ୍ସ ସ୍କୋୟାରରେ ସାରା ପୃଥିବୀ ଦେଖିବ। ଭାରତୀୟ-ଆମେରିକା ମିଳିତ ସମୁଦାୟ ନିମନ୍ତେ ଏହି ସମୟ ଅତ୍ୟନ୍ତ ଗୌରମମୟ ହେବ। ଏଫ୍ଆଇଏର କିଛି କାର୍ଯ୍ୟକର୍ତା ଯେଉଁମାନେ ଭାରତ ନିମନ୍ତେ ସାରା ବିଶ୍ଵରେ କାମ କରୁଛନ୍ତି ତାହାର ଅଧ୍ୟକ୍ଷ ଅଙ୍କୁର ବୈଦ୍ୟଙ୍କ ସୂଚନା ଅନୁସାରେ ଭାରତ ଓ ଆମେରିକା ଉଭୟ କରୋନା ଯୋଗୁଁ ବିଶେଷ ପ୍ରଭାବିତ ହୋଇଛନ୍ତି । ଏପରି କାର୍ଯ୍ୟକ୍ରମ ଆୟୋଜନ ଦୁଇ ଦେଶର ସମ୍ପର୍କକୁ ଅଧିକ ମଜବୁତ କରିବ ଏବଂ କରୋନା ଲଢ଼େଇରେ ସାମିଲ ଲୋକଙ୍କ ମନୋବଳ ବଢ଼ାଇବ।